ଜାଣନ୍ତୁ କିପରି ଆରମ୍ଭ ହୋଇଥିଲା ଜୟା-ଅମିତାଭଙ୍କ ଲଭ୍‌ଷ୍ଟୋରି

ଜୟା ଏବଂ ଅମିତାଭ ବଚ୍ଚନଙ୍କର ଆଜି ହେଉଛି ୪୬ ତମ ବିବାହ ବାର୍ଷିକୀ। ବିବାହ ସମୟର କିଛି ପୂରୁଣା ଫଟୋକୁ ସୋସିଆଲ ମିଡିଆରେ ଅମିତାଭ ଶେୟାର କରି ସ୍ମୃତିକୁ ତାଜା କରିଛନ୍ତି। ଏହି ଫଟୋରେ ଅଭିଷେକ କ୍ୟାପସନ୍‌ ବି ଲେଖିଛନ୍ତି, ‘ହାପି ଆନିଭର୍‌ସାରୀ ପ୍ୟାରେଣ୍ଟ୍‌ସ’। ଏହି ଖାସ୍‌ ଦିନରେ ଜାଣନ୍ତୁ ଜୟା ଏବଂ ଅମିତାଭଙ୍କ ଲଭ୍‌ଷ୍ଟୋରି। ଏକ ଚାଟ୍‌ ଶୋ’ରେ ଅମିତାଭ ତାଙ୍କ ଲଭଷ୍ଟୋରି ବିଷୟରେ କହିଛନ୍ତି। ବିଗ୍‌ ବି ଜୟାଙ୍କୁ ପ୍ରଥମେ ଏକ ମାଗାଜିନ୍‌ର କଭର ପୃଷ୍ଠାରେ ଦେଖିଥିଲେ। ଏହା ପରେ ବିଗ୍‌ ବି ଜୟାଙ୍କ ପ୍ରତି ଇମ୍ପ୍ରେସ ହୋଇଯାଇଥିଲେ। ଅମିତାଭ ସବୁବେଳେ ଚାହୁଁଥିଲେ ଏମିତି ଝିଅକୁ ସେ ଜୀବନସାଥୀ ବାଛିବେ ଯିଏ କି ଭିତରେ ଟ୍ରାଡ଼ିଶନାଲ ଆଉ ବାହାରେ ମଡର୍ନ ହୋଇଥିବେ। ଜୟାଙ୍କଠାରେ ଏସବୁ ଥିବା ଅନୁଭବ କରିଥିଲେ। ଜୟାଙ୍କ ଆଖି ତାଙ୍କୁ ସବୁଠୁ ଆକର୍ଷିତ କରିଥିଲା। ଏହାର କିଛିଦିନ ପରେ ଋଷିକେଶ ମୁଖାର୍ଜୀ ଫିଲ୍ମ ‘ଗୁଡ୍ଡି’ର ସ୍କ୍ରିପ୍ଟ ନେଇ ଅମିତାଭଙ୍କ ପାଖକୁ ଆସିଥିଲେ। ଏହି ଫିଲ୍ମରେ ଅମିତାଭଙ୍କ ସହିତ ଜୟାଙ୍କୁ କୋ-ଷ୍ଟାର ଭାବେ ନିଆଗଲା। ଅମିତାଭ ବି ଜୟାଙ୍କ ସହ କାମ କରିବା ପାଇଁ ବହୁ ଏକ୍ସାଇଟେଡ୍‌ ଥିଲେ। ଜୟା କୁହନ୍ତି, ଏହା ପ୍ରଥମ ଦେଖାର ପ୍ରେମ ନ ଥିଲା। ୧୯୭୦ରେ ସେ ଅମିତାଭଙ୍କୁ ପ୍ରମଥଥର ପୁଣେର ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ଦେଖିଥିଲେ। ଅମିତାଭଙ୍କ ପର୍ସନାଲିଟି ତାଙ୍କୁ ଖୁବ୍‌ ଭଲ ଲାଗିଥିଲା। ତା’ ପରେ ‘ଗୁଡ୍ଡି’ ଫିଲ୍ମର ଶୁଟିଂ ସେଟ୍‌ରେ ଦେଖା ହୋଇଥିଲା। ଏହା ପରଠାରୁ ବନ୍ଧୁତା ବଢ଼ି ପ୍ରେମରେ ରୂପାନ୍ତରିତ ହୋଇଥିଲା। ଏ ବିଷୟରେ ଜଣାପଡ଼ିବା ପରେ ଦୁଇ ପରିବାର ବିବାହ ପାଇଁ ରାଜି ହୋଇଯାଇଥିଲେ। ୧୯୭୩ ଜୁନ୍‌ ୩ରେ ଏହି ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ଦିନ ହିଁ ଦୁଇଜଣ ଯାକ ଲଣ୍ଡନ ବୁଲିବାକୁ ଯାଇଥିଲେ। ବିବାହ ଉତ୍ସବରେ ଅମିତାଭଙ୍କ କିଛି ବନ୍ଧୁ ଓ ଜୟାଙ୍କ କିଛି ବନ୍ଧୁ ସାମିଲ ଥିଲେ। କହିରଖୁଛୁ, ୨୦୦୧ରେ ଅମିତାଭ ଏବଂ ଜୟା ସିଲ୍‌ଭର ସ୍କ୍ରିନ୍‌ରେ ‘କଭି ଖୁସି କଭି ଗମ୍‌’ରେ ଏକାଠି ନଜର ଆସିଥିଲେ। ଏହା ପରଠାରୁ ଫ୍ୟାନମାନେ ଏହି ଦୁଇଜଣଙ୍କୁ ଏକାଠି ଦେଖିବାର ସୁଯୋଗ ପାଇନାହାନ୍ତି।

Share