ସାଧାରଣତଃ ରେଲ୍ଓ୍ବେ ଷ୍ଟେଶନ ହେଉ କି ଏୟାରପୋର୍ଟରେ ଅପେକ୍ଷା କରିବା ଭାରି କଷ୍ଟଦାୟକ। କିନ୍ତୁ ବିଶ୍ୱରେ ଏମିତି କିଛି ଏୟାରପୋର୍ଟ ଅଛି, ଯେଉଁଠାରେ ଅପେକ୍ଷା କରିବାକୁ ଯାତ୍ରୀମାନଙ୍କୁ ବିରକ୍ତ ଲାଗିବନି। ଜାଣନ୍ତୁ ଏପରି ଏୟାରପୋର୍ଟ ସମ୍ପର୍କରେ…
ଇଞ୍ଚିୟାନ୍ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ:
ଦକ୍ଷିଣ କୋରିଆସ୍ଥିତ ଏହି ଏୟାରପୋର୍ଟରେ ଯାତ୍ରୀମାନଙ୍କୁ ବିରକ୍ତ ନ ଲାଗିବା ପାଇଁ ଦୁଇଟି ସିନେମା ହଲ୍ ରହିଛି। ଏତଦ୍ବ୍ୟତୀତ ମ୍ୟୁଜିୟମ, ଶପିଂ ମଲ୍, ବୁଲାବୁଲି କରିବା ପାଇଁ ବଗିଚା ଏବଂ ଆଇସ୍ ସ୍କେଟିଂ ପାର୍କ ରହିଛି।
ସିଙ୍ଗାପୁର ଚାଙ୍ଗି ଏୟାରପୋର୍ଟ:
ଏହି ଏୟାରପୋର୍ଟରେ ଗାର୍ଡେନ୍, ଓ୍ବାଟରଫଲ୍ ରହିଛି। ଚାଙ୍ଗି ବିଶ୍ୱର ସବୁଠୁ ଦୀର୍ଘ ଏୟାରପୋର୍ଟ ସ୍ଲାଇଡ୍। ଏଠାରେ ଥିମ୍ ପାର୍କ ମଧ୍ୟ ଅଛି।
ହଂକଂ ଏୟାରପୋର୍ଟ:
ବିଶ୍ୱର ବିଳାସମୟ ଏୟାରପୋର୍ଟ ମଧ୍ୟରୁ ହଂକଂ ଏୟାରପୋର୍ଟ ଅନ୍ୟତମ। ଏଠାରେ ଆଇମେକ୍ସ ସିନେମା ହଲ୍ ଅଛି।
କ୍ୱାଲାଲମ୍ପୁର ଏୟାରପୋର୍ଟ:
ମାଲେସିଆର କ୍ୱାଲାଲମ୍ପୁର ଏୟାରପୋର୍ଟ ଖୁବ୍ ସୁନ୍ଦର। କଂକ୍ରିଟ୍ ରାସ୍ତା ଭିତରେ ବି ଏଠାରେ ସବୁଜ ବନାନୀ ଦେଖିବାକୁ ମିଳିବ।