Categories: ଫୁରସତ

ଜାଣନ୍ତୁ ବିଶ୍ୱର ସବୁଠୁ ସୁନ୍ଦର, ବିଳାସମୟ ଏୟାରପୋର୍ଟ ସମ୍ପର୍କରେ…

ସାଧାରଣତଃ ରେଲ୍‌ଓ୍ବେ ଷ୍ଟେଶନ ହେଉ କି ଏୟାରପୋର୍ଟରେ ଅପେକ୍ଷା କରିବା ଭାରି କଷ୍ଟଦାୟକ। କିନ୍ତୁ ବିଶ୍ୱରେ ଏମିତି କିଛି ଏୟାରପୋର୍ଟ ଅଛି, ଯେଉଁଠାରେ ଅପେକ୍ଷା କରିବାକୁ ଯାତ୍ରୀମାନଙ୍କୁ ବିରକ୍ତ ଲାଗିବନି। ଜାଣନ୍ତୁ ଏପରି ଏୟାରପୋର୍ଟ ସମ୍ପର୍କରେ…

ଇଞ୍ଚିୟାନ୍‌ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ:


ଦକ୍ଷିଣ କୋରିଆସ୍ଥିତ ଏହି ଏୟାରପୋର୍ଟରେ ଯାତ୍ରୀମାନଙ୍କୁ ବିରକ୍ତ ନ ଲାଗିବା ପାଇଁ ଦୁଇଟି ସିନେମା ହଲ୍‌ ରହିଛି। ଏତଦ୍‌ବ୍ୟତୀତ ମ୍ୟୁଜିୟମ, ଶପିଂ ମଲ୍‌, ବୁଲାବୁଲି କରିବା ପାଇଁ ବଗିଚା ଏବଂ ଆଇସ୍‌ ସ୍କେଟିଂ ପାର୍କ ରହିଛି।

ସିଙ୍ଗାପୁର ଚାଙ୍ଗି ଏୟାରପୋର୍ଟ:


ଏହି ଏୟାରପୋର୍ଟରେ ଗାର୍ଡେନ୍‌, ଓ୍ବାଟରଫଲ୍‌ ରହିଛି। ଚାଙ୍ଗି ବିଶ୍ୱର ସବୁଠୁ ଦୀର୍ଘ ଏୟାରପୋର୍ଟ ସ୍ଲାଇଡ୍‌। ଏଠାରେ ଥିମ୍‌ ପାର୍କ ମଧ୍ୟ ଅଛି।

ହଂକଂ ଏୟାରପୋର୍ଟ:


ବିଶ୍ୱର ବିଳାସମୟ ଏୟାରପୋର୍ଟ ମଧ୍ୟରୁ ହଂକଂ ଏୟାରପୋର୍ଟ ଅନ୍ୟତମ। ଏଠାରେ ଆଇମେକ୍ସ ସିନେମା ହଲ୍‌ ଅଛି।

କ୍ୱାଲାଲମ୍ପୁର ଏୟାରପୋର୍ଟ:


ମାଲେସିଆର କ୍ୱାଲାଲମ୍ପୁର ଏୟାରପୋର୍ଟ ଖୁବ୍‌ ସୁନ୍ଦର। କଂକ୍ରିଟ୍‌ ରାସ୍ତା ଭିତରେ ବି ଏଠାରେ ସବୁଜ ବନାନୀ ଦେଖିବାକୁ ମିଳିବ।

Share