ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ବଲିଉଡରେ ଖୁସିର ଲହରୀ ଖେଳିଯାଇଛି। କେତେକ କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଲାମ କରିଛନ୍ତି। ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍। ସେ କହିଛନ୍ତି, ଜାଣିଥିଲି କେବଳ ମିଷ୍ଟର ମୋଦି ହିଁ ଏଭଳି ନିଷ୍ପତ୍ତି ନେଇପାରିବେ। ଦେଶରୁ ଆତଙ୍କବାଦ ଶେଷ କରିବା ପାଇଁ ଏଭଳି ନିଷ୍ପତି ଜରୁରୀ ଥିଲା। ମୁଁ ବହୁତ ଆଗରୁ ଜମ୍ମୁ-କଶ୍ମୀରରୁ ଏହି ଧାରା ଉଚ୍ଛେଦ ପାଇଁ ଦାବି କରି ଆସୁଥିଲି। ଯାହା ହେଉ ମୋଦି ସରକାର ଶେଷରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି କଶ୍ମୀରବାସୀଙ୍କ ମୁହଁରେ ହସ ଫୁଟାଇପାରିବ ବୋଲି ସେ କହିଛନ୍ତି।