ଜାଣିଶୁଣି ଶାହ। ନଡ୍ଡାଙ୍କ ମୁଣ୍ଡରେ ବୋଳିଲେ ଅଠା !

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଭାଜପା ଜେ.ପି. ନଡ୍ଡାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଦିଲ୍ଲୀ ନିର୍ବାଚନ ଫଳାଫଳ ସମ୍ପର୍କରେ ଭାଜପାକୁ ବହୁ ଆଗରୁ ଜଣାଥିଲା। ରାଜ୍ୟରେ ପୁଣିଥରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) କ୍ଷମତା ଦଖଲ କରିବା ସଙ୍କେତ ଭାଜପାକୁ ମିଳି ସାରିଥିଲା। ତେଣୁ ଶାହ।ଙ୍କ ଉପରେ ଦିଲ୍ଲୀ ପରାଜୟ ବୋଝ ନ ଲଦିବା ଲାଗି ତରବରିଆ ଭାବେ ନଡ୍ଡାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଜାଣିଶୁଣି ଶାହ। ନଡ୍ଡାଙ୍କ ମୁଣ୍ଡରେ ଅଠା ବୋଳି ଦେଇଛନ୍ତି। ତେବେ ଦିଲ୍ଲୀ ପରାଜୟ ପରବର୍ତ୍ତୀ ସମୟରେ ଅନ୍ୟ ରାଜ୍ୟଗୁଡ଼ିକରେ ହେବାକୁ ଥିବା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଆଶଙ୍କା ଦେଖା ଦେଇଥିବା କୁହାଯାଉଛି।

Share