ବର୍ଷାଦିନେ ପିଲାଙ୍କ ଦେହରେ ଫଙ୍ଗାଲ୍ ଓ ରିଙ୍ଗଓ୍ବର୍ମ ଇନ୍ଫେକ୍ସନର ଆଶଙ୍କା ଅଧିକ। ଏହା ଅପରିସ୍କାର ପାଣି କିମ୍ବା ପୋଷା ଜୀବଜନ୍ତୁଙ୍କ ଯୋଗୁ ହୋଇପାରେ। ତେଣୁ ଏଦିନେ ପିଲାଙ୍କୁ ଜୀବଜନ୍ତୁଙ୍କ ଠାରୁ ଦୂରେଇ ରଖନ୍ତୁ। ସେମାନଙ୍କ ପୋଷାକ ଆଣ୍ଟିସେପ୍ଟିକ୍ କିମ୍ବା ମେଡିକେଟେଡ୍ ସଲ୍ୟୁଶନ୍ରେ ସଫା କରନ୍ତୁ। ସେମାନଙ୍କ ଶରୀରକୁ ଓଦା ହେବାକୁ ଦିଅନ୍ତୁ ନାହିଁ ସର୍ବଦା ସଫା ଏବଂ ଶୁଖିଲା ରଖନ୍ତୁ। ନରମ ଏବଂ ଆରାମଦାୟକ ପୋଷାକ ପିନ୍ଧାନ୍ତୁ। ଯଦି ଶରୀରରେ କୌଣସି ସ୍ଥାନରେ କୁଣ୍ଡାଇ ହେବା କିମ୍ବା ଲାଲ୍ ଦାଗ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଯଦି କିଛି ତ୍ୱଚା ସମ୍ବନ୍ଧିତ ଅସୁବିଧା ଯଥା କୁଣ୍ଡେଇ ହେବା, ଫଳିଯିବା, ଲାଲ୍ ପଡିବା ଆଦି ଦେଖନ୍ତି ତେବେ କିଛି ଲିମ୍ବ ପତ୍ରକୁ ବାଟି ଉକ୍ତ ସ୍ଥାନରେ ଲଗାନ୍ତୁ। ଏହି ପ୍ରାକୃତିକ ଉପାୟ ପିଲାଙ୍କ ତ୍ୱଚା ସମସ୍ୟା ସହଜରେ ଦୂର କରିଥାଏ।
ଥଣ୍ଡା ଧରିବା ଡରରେ ଅନେକେ ଏଦିନେ ପିଲାଙ୍କୁ ଆଦୌ ଗାଧାନ୍ତି ନାହିଁ। ହେଲେ ଏପରି କରିବା ଠିକ୍ ନୁହେଁ। ବରଂ ପିଲାଙ୍କୁ ସଫା, ଜୀବାଣୁମୁକ୍ତ, ନିରୋଗ ରଖିବା ଲାଗି ଆବଶ୍ୟକ ମାତ୍ରାରେ ଥଣ୍ଡା ପରିବର୍ତ୍ତେ ନଖ ଉଷୁମ ପାଣିରେ ଗାଧାନ୍ତୁ।