Categories: ଜାତୀୟ

ଜାତିଆଣ ଭେଦଭାବ: ୪୦୦ କଲେ ଧର୍ମ ପରିବର୍ତ୍ତନ

କୋୟମ୍ବାଟୁର,୧୫।୨: ଜାତିଆଣ ଭେଦଭାବ ଯୋଗୁ ତାମିଲନାଡୁର ୪୦୦ଜଣ ଧର୍ମ ପରିବର୍ତ୍ତନ କରିଛନ୍ତି। ସେମାନେ ଅତିଷ୍ଠ ହୋଇ ମୁସଲମାନ୍‌ ଧର୍ମ ଗ୍ରହଣ କରିଛନ୍ତି। କୋୟମ୍ବାଟୁର ଜିଲାରେ ବାସ କରୁଥିବା ଅରୁନ୍ଦଥିଆର ସମ୍ପ୍ରଦାୟ ଦୀର୍ଘ ଦିନ ଧରି ସ୍ଥାନୀୟ ସମାଜରେ ପ୍ରଚଳିତ ଜାତିଆଣ ଭେଦଭାବରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଏପରିକି ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ସେମାନଙ୍କୁ ଆବଶ୍ୟକ ଜମି ଯୋଗାଇ ଦିଆଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଜାନୁୟାରୀ ୫ ପରେ ଏଠାରେ ବାସ କରୁଥିବା ୪୦ ପରିବାର ଧର୍ମ ପରିବର୍ତ୍ତନ କରିଥିବା ତାମିଲ ପୁଲିଗଲ କାଚି ନାମକ ଏକ ସଂଗଠନ ପକ୍ଷରୁ ଏଭଳି କୁହାଯାଇଛି। ମୋଟ ୩୦୦୦ ଜଣ ଧର୍ମ ପରିବର୍ତ୍ତନ କରିବେ ବୋଲି ନିଷ୍ପତ୍ତି ନେଇଥିବା ସଂଗଠନ ପକ୍ଷରୁ କୁହାଯାଇଛି।

Share