Categories: ଅନୁଗୋଳ

ଜାତିର ଉନ୍ନତିରେ ଦେଶର ଉନ୍ନତି

ବଇଣ୍ଡା,୭।୬(ଡି.ଏନ.ଏ.)-ପୁରାତନ ସଂସ୍କୃତି ତଥା ସାମାଜିକ ଚଳଣିକୁ ଯେଉଁ ସମାଜ ଗୁରୁତ୍ୱ ଦେଇ ଆସୁଛି ସେହି ସମାଜର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ବର୍ତ୍ତମାନ ଯୁବପିଢିମାନେ ପୁରାତନ ସଂସ୍କୃତି ତଥା ସମାଜର ନୀତିନିୟମକୁ ମାନୁ ନାହାନ୍ତି। ଏଥିପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ। ଜାତିର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ଶୁକ୍ରବାର ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତ ମନ୍ଦରବାହାଳ ଗ୍ରାମରେ ଅନୁଷ୍ଠିତ ଅଖିଳ ଭାରତୀୟ ପେଡ଼ିପଥର ପୁଞ୍ଜର ଗୋଣ୍ଡ ମହାସଭାରେ ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ଏହା କହିଛନ୍ତି। ଯୁଦ୍ଧିଷ୍ଠିର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହାସଭାରେ ମୁଖ୍ୟବକ୍ତା ଭାବେ ଆଠମଲ୍ଲିକ ଗୋଣ୍ଡ ପରିଷଦର ସଭାପତି ସନାତନ ନାୟକ, ସମ୍ମାନିତ ଅତିଥି ଭାବେ ସମାଜର ମହାସଚିବ ବାଙ୍କନିଧି ନାୟକ, ତରଣୀସେନ ନାୟକ, ନାଲୁଚରଣ ନାୟକ, ଗୌରଚନ୍ଦ୍ର ପାତ୍ର, ସୁଗ୍ରୀବର ନାୟକ, ଜମୁନାରାଣୀ ନାୟକ, ସୁଷମା ସାଏ, ମେଘମାଳା ନାୟକ ଯୋଗଦେଇ ସମାଜର ନୀତିନିୟମ ସମ୍ପର୍କରେ ଆଲୋକପାତ କରିଥିଲେ। ବେଲାରସେନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।