ଜାତିସଂଘରେ ପାକ୍‌ କଶ୍ମୀର ପ୍ରସଙ୍ଗ ଉଠାଇଲେ ଦୃଢ଼ ଜବାବ ଦେବ ଭାରତ

ନ୍ୟୁୟର୍କ,୨୧ା୯(ପି.ଟି.): ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବାବେଳେ ସେଥିରେ ଭାରତ କଶ୍ମୀର ପ୍ରସଙ୍ଗ ଉଠାଇବ ନାହିଁ। ତେବେ ପାକିସ୍ତାନ ଯଦି ଏହି ପ୍ରସଙ୍ଗ ଉଠାଏ ତେବେ ନୂଆଦିଲ୍ଲୀ ଏହାର ଦୃଢ଼ ଜବାବ ଦେବ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟେଦ ଆକବରୁଦ୍ଦିନ କହିଛନ୍ତି। ୨୭ ତାରିଖରେ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବେ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୂର୍ବରୁ କହିଥିଲେ। କଶ୍ମୀର ପ୍ରସଙ୍ଗ ସେ ନଶ୍ଚୟ ଉଠାଇବେ ବୋଲି ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେହିଦିନ ଜାତିସଂଘ ଅଧିବେଶନରେ ଉଦ୍‌ବୋଧନ ଦେବେ। ସେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ। କଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ପାକ୍‌ର ଯୋଜନା ସମ୍ପର୍କରେ ଆକବରୁଦ୍ଦିନଙ୍କୁ ଖବରଦାତାମାନେ ପ୍ରଶ୍ନ କରିବାରୁ ନୂଆଦିଲ୍ଲୀ ଉଚ୍ଚ ସ୍ବରରେ ଏହାର ଜବାବ ରଖିବ ବୋଲି ସେ କହିଥିଲେ।

Share