Categories: ଜାତୀୟ

ଜାତି-ଧର୍ମର ସ୍ତମ୍ଭ ପୂରଣ ନ କରିବାରୁ ସ୍କୁଲରେ ହୋଇ ପାରିଲାନି ନାମଲେଖା

ଥିରୁଭାନନ୍ଥପୁରମ,୨୨।୨: କେରଳର ଏକ ସରକାରୀ ସ୍କୁଲରେ ଜଣେ ଛାତ୍ରଙ୍କ ଅଭିଭାବକ ଫର୍ମରେ ଜାତି-ଧର୍ମର ସ୍ତମ୍ଭ ପୂରଣ ନ କରି ଥିବାରୁ ପିଲାଟିର ନାମ ଲେଖିବାକୁ ମନା କରିଦେଲେ ସ୍କୁଲ କର୍ତ୍ତୁପକ୍ଷ। ଏମିତି ଏକ ଖବର ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଏହି ଘଟଣା ଜଣାପଡିବା ପରେ ଶିକ୍ଷା ବିଭାଗ ଓ ଶିକ୍ଷାମନ୍ତ୍ରୀ ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ନଜିମ ଓ ଧନ୍ୟା ତାଙ୍କ ପିଲାକୁ ଜାତି-ଧର୍ମଠାରୁ ବାହାରେ ରଖିବାକୁ ଚାହୁଁଥିବାରୁ ସେ ଏହି ସ୍ତମ୍ଭକୁ ପୂରଣ କରି ନ ଥିଲେ। ଏହାକୁ ଦେଖିବା ପରେ ସେଣ୍ଟ ମ୍ୟାରୀ ହାୟର ସେକେଣ୍ଡାରୀ ସ୍କୁଲ ତାଙ୍କ ପିଲାକୁ ନାମ ଲେଖିବାକୁ ଅନୁମତି ଦେଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ପିଲାଟି ଭଲ ପାଠ ପଢୁଥିବା ବେଳେ କେବଳ ଜାତି-ଧର୍ମକୁ ନେଇ ସ୍କୁଲରେ ପ୍ରବେଶ ନ ମିଳିବା ସବୁଠାରୁ ଦୁଃଖଦାୟକ ବୋଲି ପିଲାଟିର ଅଭିଭାବକ କହିଛନ୍ତି।

Share