Categories: ଜାତୀୟ

ଜାତି-ଧର୍ମ ନୁହେଁ ଶାନ୍ତି ପାଇଁ ପୋଲିସ କର୍ମଚାରୀ କରନ୍ତି କାମ: ଶାହା

ନୂଆଦିଲ୍ଲୀ, ୧୫।୨: ପୋଲିସ କର୍ମଚାରୀ ଜାତି ଧର୍ମ ନୁହେଁ ବରଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କାମ କରନ୍ତି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। କର୍ତ୍ତବ୍ୟ ସମୟରେ ପୋଲିସ କର୍ମଚାରୀ ଜାତି ଧର୍ମକୁ ଦେଖି କୌଣସି ପଦକ୍ଷେପ କେବେ ମଧ୍ୟ ଗ୍ରହଣ କରି ନ ଥାନ୍ତି। ରବିବାର ଦିଲ୍ଲୀ ପୋଲିସର ୭୩ତମ ପ୍ରତିଷ୍ଠା ଦିବସ ଅବସରରେ ସେ ଏଭଳି କହିଛନ୍ତି। ଲୋକଙ୍କ ସୁରକ୍ଷା ଲାଗି ପୋଲିସ କର୍ମଚାରୀ ନିଜର ଜୀବନକୁ ମଧ୍ୟ ଖାତିର କରି ନ ଥାନ୍ତି। ଏପରିସ୍ଥଳେ ସେମାନଙ୍କୁ ସମ୍ମାନ ଦେବାର ଆବଶ୍ୟକତା ଦେଶର ପ୍ରତିଟି ନାଗରିକଙ୍କର କର୍ତ୍ତବ୍ୟ। ଏହି ଅବସରରେ ମାଟି ମା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ୩୫୦୦୦ ପୋଲିସ ଶହୀଦ୍‌ଙ୍କୁ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Share