ଜାତୀୟସ୍ତରରେ ପ୍ରଦର୍ଶିତ ହେବ ଓଡ଼ିଶା ଆଦିବାସୀଙ୍କ ବୀରତ୍ୱ

ଭୁବନେଶ୍ୱର,୪।୨(ବ୍ୟୁରୋ): ଦେଶର ସ୍ବାଧୀନତା ସଂଗ୍ରାମ ପାଇଁ ଲଢ଼େଇ କରି ନିଜ ସାହସିକତାର ପରିଚୟ ଦେଇଥିବା ଓଡ଼ିଆ ଆଦିବାସୀଙ୍କ ବୀରତ୍ୱ ସମ୍ପର୍କରେ ଜାତୀୟସ୍ତରରେ ପ୍ରଦର୍ଶିତ କରାଯିବ। ଗୁଜରାଟର ନର୍ମଦା ଜିଲାସ୍ଥିତ ଗରୁଡ଼େଶ୍ୱର ଗାଁରେ ସ୍ଥାପନ ହେବାକୁ ଥିବା ଜାତୀୟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ମ୍ୟୁଜିୟମରେ ସ୍ବାଧୀନତା ସଂଗ୍ରାମ ସହ ଜଡିତ ଆଦିବାସୀଙ୍କ ୫ଟି ବୀରତ୍ୱର ଗାଥାକୁ ଥ୍ରୀ-ଡି ଓ ସେଭେନ-ଡି ଟେକ୍ନୋଲୋଜି ମାଧ୍ୟମରେ ପ୍ରଦର୍ଶିତ କରାଯିବ। ଲୋକ ସଭାରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକାଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂ ସରୁତା କହିଛନ୍ତି, ଦେଶର ପ୍ରମୁଖ ଆଦିବାସୀ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନ ଓ ସଂଘର୍ଷର କାହାଣୀକୁ ୧୬ଟି ପ୍ରମୁଖ ଗ୍ୟାଲେରିରେ ପ୍ରଦର୍ଶିତ କରାଯିବ। ସ୍ବାଧୀନତା ସଂଗ୍ରାମର ଅନ୍ୟାନ୍ୟ ବିଦ୍ରୋହର ଗାଥାକୁ ୯୩ଟି ଜୋନଓ୍ବାରି ପ୍ରଦର୍ଶିତ କରାଯିବ। ଓଡ଼ିଶାର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, କୋରାପୁଟ ବିଦ୍ରୋହରେ ଲକ୍ଷ୍ମଣ ନାଏକ, ଗଞ୍ଜାମ ବିଦ୍ରୋହ, ଘୁମୁସର ବିଦ୍ରୋହ, ଖୋଣ୍ଡ ବିଦ୍ରୋହର କାହାଣୀ ଜାତୀୟ ମ୍ୟୁଜିୟମରେ ପ୍ରଦର୍ଶିତ କରାଯିବ।

Share