ଅନୁଗୋଳ ଅଫିସ, ୧।୧ – ଜମ୍ମୁରେ ଅନୁଷ୍ଠିତ ୨୮ତମ ଜାତୀୟ ସିନିୟର ଉସୁ ଚାମ୍ପିୟନଶିପ୍-୨୦୧୯ରେ ରୌପ୍ୟ ପଦକ ଜିତି ଗୌରବ ଆଣିଛନ୍ତି ଅନୁଗୋଳ ଜିଲା କଣିହଁା ତେଲିସିଂହା ଗ୍ରାମର ଦିବ୍ୟମୋହନ ପ୍ରଧାନ। ପ୍ରତିଯୋଗିତାରେ ଓଡ଼ିଶାରୁ ୧୮ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।
ଉସୁର ସିଂ ୟେ କ୍ବାନ୍ ଇଭେଣ୍ଟରେ ୩୫ ଜଣ ଖେଳାଳି ଭାଗ ନେଇଥିବାବେଳେ ଦିବ୍ୟମୋହନ ଉତ୍କୃଷ୍ଟ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଓଡ଼ିଶା ଉସୁ ଆସୋସିଏଶନ ସଭାପତି ଏସ୍.ଏସ୍. ହରିଚନ୍ଦନ, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ଶୁଭେଚ୍ଛା ଜଣାଇଛନ୍ତି। ଦିବ୍ୟମୋହନ ମଣିପୁରରେ ଉସୁ ତାଲିମ ନେଇଛନ୍ତି। ଏବେ ସେ ପଞ୍ଜାବର ପଟିଆଲାରେ ପ୍ରଶିକ୍ଷଣ ନେଉଛନ୍ତି। ଏଥିପୂର୍ବରୁ ଜାତୀୟ ଉସୁ ଚାମ୍ପିୟନ୍ଶିପ୍ରେ ସେ ବହୁ ପଦକ ଜିତିଛନ୍ତି। ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଉସୁ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।