Categories: ଖେଳ

ଜାତୀୟ କରାଟେ: ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୩ ବ୍ରୋଞ୍ଜ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)-ଦିଲ୍ଲୀର ତାଲ୍‌କୋଟ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସିନିୟର ଓ ସବ୍‌ଜୁନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ଓ ୩ ବ୍ରୋଞ୍ଜ ପଦକ ମିଳିଛି। ବାଳିକା କାଟା୧୨ ବର୍ଷରୁ କମ୍‌ରେ ମଧୁପ୍ରିୟା, ୧୩ ବର୍ଷରୁ କମ୍‌ରେ ଅର୍ପିତା ସିଂ ଓ ୧୨ ବର୍ଷରୁ କମ୍‌ ବାଳକ ଫାଇଟ୍‌ରେ ରିତେସ୍‌ ମହାନ୍ତି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ଟିମ୍‌ କାଟାରେ ଅନୁପମା ସ୍ବାଇଁ, ସୁସ୍ମିନି ପାଲଟାସିଂ, ସିନ୍ଧୁତନୟା ଖୁଣ୍ଟିଆ ବ୍ରୋଞ୍ଜ ପଦକ ପାଇଛନ୍ତି। ଅନ୍ୟ ୨ଟି ବ୍ରୋଞ୍ଜ ପଦକ ଜିତିଥିବା ପ୍ରତିଯୋଗୀ ହେଲେ ମନୋଜ ବେହେରା (୧୨ ବର୍ଷରୁ କମ୍‌ ବାଳକ କାଟା) ଏବଂ ତ୍ରିଲୋଚନ ରଣା(୧୩ ବର୍ଷରୁ କମ୍‌ ଫାଇଟ୍‌)। ପଦକ ବିଜୟୀ ପ୍ରତିଯୋଗୀଙ୍କୁ ରାଜ୍ୟ ସଂଘ ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ, କୋଚ୍‌ ରାଜୀବ ସିଂ, ଖାରବେଳ ମଲିକ, ସନ୍ଦିପ ମହାନ୍ତି, ଦୀପକ ସାମନ୍ତରା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Share