ଜାତୀୟ କରାଟେ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ପଦକ ଜିତିଲେ ଦୁଇ ଆଦିବାସୀ ଛାତ୍ରୀ

ମାଲକାନଗିରି, ୫।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ବ୍ଲକ ସିନ୍ଧ୍ରିମାଳ ଗ୍ରାମ ପଞ୍ଚାୟତ ସଦର ମହକୁମା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଆଦିବାସୀ ଛାତ୍ରୀ ଜାତୀୟ ସ୍ତରୀୟ କରାଟେ ପ୍ରତି ଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି। ଏହି ଅବସରରେ ଗୁରୁବାର ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନେ  ଜିତିଥିବା ନବମ ଶ୍ରେଣୀର ଛାତ୍ରୀ ସସ୍ମିତା କବାସୀ ଓ ବ୍ରୋଞ୍ଜ ପଦକ ପାଇଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ଦୁତିକା ଓଡିଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନୀତ କରିଥିଲୋ