Categories: ଜାତୀୟ

ଜାତୀୟ କ୍ରୀଡ଼ା ଦିବସ: ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୨୯।୮: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ମୋଦି ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ କ୍ରୀଡ଼ା ଜଗତ ସହ ବହୁ ସେଲିବ୍ରିଟି ମଧ୍ୟ ଯୋଗ ଦେଇଛନ୍ତି। ବଲିଉଡ୍‌ର ଫିଟ୍‌ ନାୟିକା ଶିଳ୍ପା ସେଟ୍ଟିଙ୍କ ସମେତ ବହୁ ରାଜନେତା ମଧ୍ୟ ଏଥିର ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ହକି କିମ୍ବଦନ୍ତୀ ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି। ମୋଦିଙ୍କ ଫିଠ୍‌ ଇଣ୍ଡିଆର ମୂଳ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କୁ ସୁସ୍ଥ ରଖିବା। ପ୍ରଥମେ ସ୍ବଚ୍ଛତା ଅଭିଯାନ, ପରେ ଯୋଗ ଦିବସ ପାଳନ କରୁଥିବା ମୋଦି ଏବେ ଫିଟ୍‌ ଇଣ୍ଡିଆ ମାଧ୍ୟମରେ ଭାରତକୁ ସୁସ୍ଥ ରଖିବାକୁ ପ୍ରୟାସ କରୁଥିବା କୁହାଯାଉଛି।

Share