Categories: ଖେଳ

ଜାତୀୟ ଚୟନକର୍ତ୍ତା ଦୌଡ଼ରେ ଅଗରକର ସାମିଲ

ନୂଆଦିଲ୍ଲୀ, ୨୫ା୧ (ପି.ଟି.)-ଜାତୀୟ କ୍ରିକେଟର ଚୟନକର୍ତ୍ତା ପାଇଁ ଶୁକ୍ରବାର ଆବେଦନର ଅନ୍ତିମ ଦିବସ ଥିଲା। ପୂର୍ବତନ ଭାରତୀୟ ପେସ୍‌ ବୋଲର ଅଜିତ ଅଗରକର ଶେଷ ମୁହୂର୍ତ୍ତରେ ଦରଖାସ୍ତ କରିଛନ୍ତି। ଫଳରେ ଚେୟାରମ୍ୟାନ ପଦବୀ ପାଇଁ ସେ ଦୌଡ଼ରେ ଅନ୍ୟମାନଙ୍କଠାରୁ ଆଗରେ ରହିବେ। ପୂର୍ବତନ ମିଡିୟମ ପେସ୍‌ ବୋଲର ତଥା ଜୁନିୟର ଚୟନ କମିଟି ଚେୟାରମ୍ୟାନ କର୍ନାଟକର ଭେଙ୍କଟେଶ ପ୍ରସାଦ ସିନିୟର ଚୟନକର୍ତ୍ତା ପଦବୀ ପାଇଁ ଆବେଦନ କରିଥିବା ଜଣାଯାଇଛି। ତେବେ ସେ ଏହି ପଦବୀରେ ଦେଢ ବର୍ଷ ରହିପାରିବେ। କାରଣ ନୂଆ ସମ୍ବିଧାନ ଅନୁସାରେ ଚୟନ କମିଟି ପଦବୀରେ ଜଣେ ସର୍ବାଧିକ ୪ ବର୍ଷ ରହିପାରିବେ। ଆବେଦନକାରୀଙ୍କ ମଧ୍ୟରେ ୪୨ବର୍ଷୀୟ ଅଗରକର ସବୁଠାରୁ ହାଇପ୍ରୋଫାଇଲ ଖେଳାଳି। ସେ ୨୬ଟି ଟେଷ୍ଟ, ୧୯୧ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩ ଅନ୍ତର୍ଜାତୀୟ ଟି୨୦ ଖେଳି ୩୪୯ ଉଇକେଟ ଅକ୍ତିଆର କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ମୁମ୍ବାଇର ଅଗରକର ହେଉଛନ୍ତି ଦେଶର ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର। ସେ ଅନିଲ କୁମ୍ବଲେ ୨(୩୩୪ ଉଇକେଟ) ଏବଂ ଜାଭାଗଲ ଶ୍ରୀନାଥ (୩୧୫ ଉଇକେଟ)ଙ୍କ ପଛରେ ରହିଛନ୍ତି। ଅଗରକର ଏବଂ ପ୍ରସାଦଙ୍କ ବ୍ୟତୀତ ଚୟନକର୍ତ୍ତା ପାଇଁ ଆବେଦନ କରିଥିବା ଅନ୍ୟମାନେ ହେଲେ ଲକ୍ଷ୍ମଣ ଶିବରାମକ୍ରିଷ୍ଣନ (ତାମିଲନାଡୁ), ନୟନ ମୋଙ୍ଗିଆ (ବରୋଦା), ଚେତନ ଶର୍ମା (ହରିୟାଣା) ଓ ରାଜେଶ ଚୌହାନ।

Share