Categories: ଗଞ୍ଜାମ

ଜାତୀୟ ଜୁଡ଼ୋ ପ୍ରତିଯୋଗିତାରେ ଭାଗନେବେ ବିଦ୍ୟାଶ୍ରୀ

ବ୍ରହ୍ମପୁର ଅଫିସ୍‌,୧୩ା୧୦-ମଣିପୁର ରାଜଧାନୀ ଇମ୍ପାଲ୍‌ରେ ସବ୍‌ଜୁନିୟର୍‌ ଏବଂ କ୍ୟାଡେଟ୍‌ ଜୁଡ଼ୋ ଜାତୀୟ ଚାମ୍ପିୟନ୍‌ଶିପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଦଳରେ ବ୍ରହ୍ମପୁରର ଜି.ବିଦ୍ୟାଶ୍ରୀ ସ୍ଥାନ ପାଇଛନ୍ତି । ଶନିବାର ସେ ଓଡ଼ିଶା ଦଳରେ ସାମିଲ୍‌ ହେବା ପାଇଁ ଯାତ୍ରା କରିଛନ୍ତି। ତାଙ୍କୁ କଳିଙ୍ଗ୍‌ ଫାଇଟ୍‌ ସ୍କୁଲ ତରଫରୁ ଏନ୍‌.ବାଲାକ୍ରିଷ୍ଣା ରେଡ୍ଡୀ, ଏମ୍‌.ଶିବରାମ, ଏନ୍‌.ସୁରେଶ ରେଡ୍ଡୀ, ପି.ରମେଶ ରେଡ୍ଡୀଙ୍କ ସମେତ ପରିବାର ବର୍ଗ ଶୁଭେଚ୍ଛା ଜଣାଇଥିଲେ। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ବିଦ୍ୟାଶ୍ରୀଙ୍କର ୫ହଜାର ଟଙ୍କାର ଆବଶ୍ୟକତା ଥିଲା। କିନ୍ତୁ ତାଙ୍କ ପାଖରେ ଟଙ୍କା ନ ଥିଲା । ବିଭିନ୍ନ ସୂତ୍ରରୁ ଟଙ୍କା ସଂଗ୍ରହ କରି ସେ ଜାତୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଯାତ୍ରା କରିଛନ୍ତି ।