Categories: ଖେଳ

ଜାତୀୟ ଜୁନିୟର ମହିଳା ହକି କ୍ୟାମ୍ପ: ସମ୍ଭାବ୍ୟ ଖେଳାଳି ତାଲିକାରେ ଓଡ଼ିଶାର ୩

ନୂଆଦିଲ୍ଲୀ, ୬।୭(ପି.ଟି.)-
ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ସେଣ୍ଟରରେ ଭାରତୀୟ ଜୁନିୟର ମହିଳା ହକି ଖେଳାଳିଙ୍କୁ ନେଇ କ୍ୟାମ୍ପ ଚଳିତମାସ ୮ରୁ ଆରମ୍ଭ ହେବ। ଶୁକ୍ରବାର ଏଥିପାଇଁ ଘୋଷିତ ୩୩ ଜଣିଆ କୋର୍‌ ତାଲିକାରେ ଓଡ଼ିଶାର ୩ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ମିଡ୍‌ଫିଲ୍ଡର ମାରିଆନା କୁଜୁର, ଆଜମିନା କୁଜୁର ଓ ଫରଓ୍ବାର୍ଡ ଜୀଓ୍ବନ କିଶୋରୀ ଟପ୍ପୋ। କୋଚ୍‌ ବଲଜିତ ସିଂ ସଇନିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪ ସପ୍ତାହ ବିଶିଷ୍ଟ ଏହି କ୍ୟାମ୍ପ ଅଗଷ୍ଟ ୩ରେ ଶେଷ ହେବ।
ଗତ ଆୟର୍ଲାଣ୍ଡ ଗସ୍ତ ଅବସରରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଚତୁଃରାଷ୍ଟ୍ରୀୟ ୨୧ ବର୍ଷରୁ କମ୍‌ କାଣ୍ଟର ଫଇଜ୍‌ଗେରାଲ୍ଡ ଟୁର୍ନାମେଣ୍ଟ ବିଜୟୀ ହୋଇଥିଲା। ସେଠାରେ ଦଳ ଆୟୋଜକ ଆୟର୍ଲାଣ୍ଡ, କାନାଡ଼ା, ସ୍କଟଲାଣ୍ଡ ବିପକ୍ଷରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲା। ପରେ ଭାରତୀୟ ଦଳ ବେଲାରୁଷ ଗସ୍ତ କରି ସେଠାକାର ଜୁନିୟର ଦଳକୁ ପରାସ୍ତ କରିଥିଲା। ଆୟର୍ଲାଣ୍ଡ ଓ ବେଲାରୁଷ ଗସ୍ତ ପରେ ଭାରତୀୟ ଦଳ ବିଶ୍ୱର ଶ୍ରେଷ୍ଠ ଜୁନିୟର ଦଳରେ ପରିଣତ ହୋଇଛି ବୋଲି ଅନୁଭବ କରୁଛନ୍ତି କୋଚ୍‌ ସଇନି। କ୍ୟାମ୍ପପରେ କେତେଜଣ ଖେଳାଳି ସିନିୟର ସ୍ତରରେ କ୍ୟାରିୟର ଆରମ୍ଭ କରିବାକୁ ପ୍ରସ୍ତୁତ ବୋଲି ସେ ସୂଚନା ଦେଇଛନ୍ତି।

Share