ମାଧପୁର,୨୭।୧(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଜାତୀୟ ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା। ମାଧପୁର ବଜାର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିଲେ ସୁଦ୍ଧା ସଂପୃକ୍ତ ଅଧିକାରୀ ଜାତୀୟ ପତାକାକୁ ଅସମ୍ମାନ କରି ପତାକା ନ ଖୋଲି ଅଫିସରେ ତାଲା ପକାଇ ଚାଲି ଯାଇଥିଲେ। ଏନେଇ ଆଠମଲ୍ଲିକ ଉପଜିଲାପାଳ ଡା. ରଜନୀକାନ୍ତ ବିଶ୍ୱାଳଙ୍କୁ ଜଣାଇବା ପରେ ସନ୍ଧ୍ୟା ୭.୩୨ ମିନିଟ୍ରେ ପତାକା ଖୋଲାଯାଇଥିଲା।