ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ

ଗଞ୍ଜାମ,୫।୯(ଡି.ଏନ.ଏ.): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରିଥିଲା ଦେଶ l ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରେ ଘରେ ତ୍ରିରଙ୍ଗା ଲଗାଇବା ନିମନ୍ତେ ଘୋଷଣା କରାଯାଇଥିଲା। ପୁଣି ଜାତୀୟ ପତାକାକୁ ସମ୍ମାନ ଜଣାଇ ବାହାର କରିବାକୁ ସ୍ଥାନୀୟ ଏନଏସି ପ୍ରଶାସନ ମାଇକ ଦ୍ୱାରା ମଧ୍ୟ ପ୍ରଚାର କରାଯାଇଛି। ବର୍ତ୍ତମାନ ଅଗଷ୍ଟ ୧୫ ପାଳନକୁ ୧୫ ଦିନରୁ ଊର୍ଦ୍ଧ୍ୱ ଦିନ ବିତିଯାଇଥିଲେ ମଧ୍ୟ ଏନଏସି ଅଞ୍ଚଳର ଜଣେ କାଉନସିଲରଙ୍କ ଘର ଉପରେ ଅସଜଡ଼ା ଅବସ୍ଥାରେ ତ୍ରିରଙ୍ଗା ଲାଗିଥିବାର ଦେଖାଯାଇଛି। କାଉନସିଲର ଜଣଙ୍କ ପତାକାକୁ ଅସମ୍ମାନ କରିଥିବା ସାଧାରଣରେ ଅଭିଯୋଗ ହୋଇଛି। ଏସମ୍ପର୍କରେ ସମ୍ପୃକ୍ତ କାଉନସିଲରଙ୍କ ମତାମତ ମିଳି ପାରିନାହିଁ l

Share