Posted inଖେଳ

ଜାତୀୟ ପୁରସ୍କାର ପାଇଁ ନାମ ତାଲିକା ପଠାଇଲା ବିଏଫ୍‌ଆଇ

ନୂଆଦିଲ୍ଲୀ, ୨ା୬ (ପି.ଟି.)-ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ସୋମବାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ବିଶ୍ୱ ରୌପ୍ୟ ବିଜେତା ଅମିତ ପଙ୍ଘାଲ ଓ ଅଭିଜ୍ଞ ବକ୍ସର ବିକାଶ କ୍ରିଶନଙ୍କ ନାମ ସୁପାରିସ କରିଛି। ବାର୍ଷିକ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ କେବଳ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବକ୍ସରଙ୍କୁ ମନୋନୀତ କରିଛି। ପଙ୍ଘାଲ (୫୨କେଜି) ଜଣେ ଏସିଆନ ଗେମ୍ସ ଚାମ୍ପିୟନ। ସେ ଏପର୍ଯ୍ୟନ୍ତ କୌଣସି ଜାତୀୟ କ୍ରୀଡ଼ା ପୁରସ୍କାର ପାଇ ନାହାନ୍ତି। ଗତ ୩ ବର୍ଷ ଧରି ତାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଥିଲେ ମଧ୍ୟ ୨୦୧୨ର
ଡୋପ୍‌ ଅପରାଧ ପାଇଁ ତାଙ୍କ ନାମ ବିଚାରକୁ ନିଆଯାଇ ନ ଥିଲା। ରାଜ୍ୟଗୋଷ୍ଠୀ ଓ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା କ୍ରିଶନ (୬୯କେଜି) ୨୦୧୨ରେ ଅର୍ଜୁନ ପୁରସ୍କାର ଜିତିଥିଲେ। ବିଏଫ୍‌ଆଇ ୩ଜଣ ବିଶ୍ୱ ବ୍ରୋଞ୍ଜ ବିଜୟୀ ଲଭଲିନା ବେର୍ଗୋହେନ୍‌ (୬୯କେଜି) ଓ ସିମରନଜିତ୍‌ କୌର (୬୪କେଜି) ଏବଂ ମନୀଷ କୌଶିକ୍‌ (୬୩କେଜି)ଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ବିଏଫ୍‌ଆଇ ଜାତୀୟ ମହିଳା କୋଚ୍‌ ମହମ୍ମଦ ଅଲୀ କମାର ଏବଂ ଆସିଷ୍ଟାଣ୍ଟ କୋଚ୍‌ ଛୋଟେ ଲାଲ୍‌ ଯାଦବଙ୍କ ନାମ ଚୂଡ଼ାନ୍ତ କରିଛି। ଯାଦବ ଆହୁରିମଧ୍ୟ ୬ଥର ବିଶ୍ୱଚାମ୍ପିୟନ ଏମ୍‌ସି ମେରୀକମ୍‌ଙ୍କ ସହିତ ସଂଶ୍ଳିଷ୍ଟ। ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ବିଶ୍ୱ ପଦକ ବିଜୟିନୀ ଏନ୍‌. ଉଷାଙ୍କ ନାମ ସୁପାରିସ ହୋଇଛି। ପ୍ରାର୍ଥୀ ତାଲିକା ପଠାଇବା ଅନ୍ତିମ ଦିବସ ବୁଧବାର ରଖାଯାଇଛି। ଗତ ୪ ବର୍ଷର ପ୍ରଦର୍ଶନକୁ ଭିତ୍ତି କରି ଆଥଲେଟ୍‌ ଓ କୋଚ୍‌ଙ୍କ ନାମ ସୁପାରିସ କରାଯାଇଥିବା ବିଏଫ୍‌ଆଇ ପ୍ରକାଶ କରିଛି।
ରୋଗରେ ପୀଡ଼ିତ ଥିବାରୁ ପଙ୍ଘାଲଙ୍କୁ ଔଷଧ ସେବନ କରିବାକୁ ହୋଇଥିଲା। ଏହି ଔଷଧରେ ନିଷିଦ୍ଧ ଦ୍ରବ୍ୟର ମାତ୍ରା ଥିବା ବିଷୟରେ ସେ ଅବଗତ ନ ଥିଲେ। ଯୁବାବସ୍ଥାରେ ଏହି ଭୁଲ ପାଇଁ ସେ କ୍ଷମା ମଧ୍ୟ ମାଗିଥିଲେ। ତେଣୁ ତାଙ୍କ ସଫଳତା ବିଚାରକୁ ନିଆଯିବା ଉଚିତ୍‌ ବୋଲି ବିଏଫ୍‌ଆଇ ଗତବର୍ଷ ନାମ ତାଲିକା ପଠାଇବା ବେଳେ ଉଲ୍ଲେଖ କରିଥିଲା। କିନ୍ତୁ ତାହା ବୃଥାରେ ପରିଣତ ହୋଇଥିଲା। ପଙ୍ଘାଲ ଏଥିରେ ଅସନ୍ତୋଷ ପ୍ରକାଶ କରି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ପୁରସ୍କାର ପାଇଁ ଉଦ୍ଦିଷ୍ଟ ଚୟନ ପ୍ରକ୍ରିୟାରେ ପକ୍ଷପାତିତା ଅବଲମ୍ବନ କରାଯାଉଥିବାରୁ ଏଥିରେ ପରିବର୍ତ୍ତନ ପାଇଁ ସେ ଅନୁରୋଧ କରିଥିଲେ। ସେ ଦର୍ଶାଇଥିଲେ, ଆଥଲେଟମାନଙ୍କ ସଫଳତା ସମ୍ପର୍କରେ ଜନସାଧାରଣ ଅବଗତ। ତେଣୁ ମନ୍ତ୍ରଣାଳୟ ହିଁ ପୁରସ୍କାର ବିଜେତାଙ୍କ ନାମ ସ୍ଥିର କରିବା ଉଚିତ୍‌। ଅର୍ଜୁନ ପୁରସ୍କାର ପାଇଁ ରହିଥିବା ୩ ପ୍ରାର୍ଥୀଙ୍କ ମଧ୍ୟରେ କୌଶିକ୍‌ଙ୍କର ଗତ ଦୁଇ ବର୍ଷର ରେକର୍ଡ ଖୁବ୍‌ ଭଲ ରହିଛି। ବିଶ୍ୱ ଚାମ୍ପିୟନଶିପ୍‌ (୨୦୧୯)ରେ ପ୍ରଥମ ଥର ଭାଗ ନେଇ ସେ ଏକ ବ୍ରୋଞ୍ଜ ପଦକ ସହ ଅଲିମ୍ପିକ ଯୋଗ୍ୟତା ଅଜର୍ନ କରିଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଏକ ରୌପ୍ୟ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri