Categories: ଜାତୀୟ

ଜାତୀୟ ପୁରସ୍କାର ପ୍ରାପ୍ତ ବଳଦର ଅନ୍ତିମ ସଂସ୍କାର କଲେ କୃଷକ

କ୍ରିଷ୍ଣା,୨୫।୧୦: ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲାର କୃଷକ କେଶରନେନି ରାଜା ତାଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ବଦଳର ଅନ୍ତିମ ସଂସ୍କାର କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ବଳଦଟିର ମୃତ୍ୟୁ ହୋଇଥିବା ବେଳେ ସେ ତାକୁ ଘରର ଜଣେ ସଦସ୍ୟ ଭଳି ରୀତିନିତି ଅନୁଯାୟୀ ତା’ର ସଂସ୍କାର କରିଛନ୍ତି। ଫୁଲରେ ସଜାଇ ତା’ର ସଂସ୍କାର କରାଯାଇଛି। କେଶରନେନିଙ୍କ କହିବା କଥା ହେଲା ସେ ସେହି ବଳଦକୁ ତାଙ୍କ ଘରର ଜଣେ ସଦସ୍ୟ ବୋଲି ଭାବିଥାଆନ୍ତି। ଆଉ ଆଜି ପର୍ଯ୍ୟନ୍ତ ବଳଦଟି ୧୨୨ଟି ମେଡାଲ୍‌ ଜିତିଥିବା ବେଳେ ସେ ତାଙ୍କର ଗର୍ବ ବୋଲି କେଶରନେନି କୁହନ୍ତି। ଗତ ୯ ବର୍ଷ ହେବ ବଳଦଟି ତାଙ୍କ ଘରେ ତାଙ୍କ ପିଲା ପରି ରହି ଆସୁଥିଲା। ସୂଚନାଯୋଗ୍ୟ, କିଛିଦିନ ହେବ ତା’ର ଦେହ ଖରାପ ହେବାରୁ ଜଣେ ପଶୁ ଚିକିତ୍ସକଙ୍କୁ ଏଥିପାଇଁ କେଶରନେନି ନିଯୁକ୍ତ କରିଥିବା ବେଳେ ଶେଷରେ କିନ୍ତୁ ବଳଦଟିର ମୃତ୍ୟୁ ହୋଇଥିଲା। ବଳଦର ସଂସ୍କାର ସମୟରେ ଗାଁରେ ଏକ ପ୍ରକାର ଶୋକର ଛାୟା ଦେଖିବାକୁ ମିଳିଥିଲା।

Share