Categories: ଖେଳ

ଜାତୀୟ ପୁରୁଷ ହକି କୋଚିଂ କ୍ୟାମ୍ପରେ ୫ ଓଡ଼ିଆ

ନୂଆଦିଲ୍ଲୀ, ୮।୭- ବେଙ୍ଗାଲୁରୁ ସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) କ୍ୟାମ୍ପସରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ପୁରୁଷ ହକି ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ଏକ ୩୪ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ଘୋଷଣା କରିଛି। ୬ ସପ୍ତାହ ଧରି ଚାଲିବାକୁ ଥିବା ଏହି ଶିବିର ଅଗଷ୍ଟ ୧୧ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଶିବିର ପରେ ଭାରତୀୟ ଦଳ ଜାପାନ ଗସ୍ତ କରି ୨୦୨୦ ଟୋକିଓ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟରେ ଅଂଶଗ୍ରହଣ କରିବ। ଅଗଷ୍ଟ ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଇଭେଣ୍ଟରେ ଭାରତ ସମେତ ଆୟୋଜକ ଜାପାନ, ମାଲେସିଆ ଓ ନ୍ୟୁଜିଲାଣ୍ଡ ଭାଗନେବେ। ଘୋଷିତ ତାଲିକାରେ ବହୁ ଅଭିଜ୍ଞ ଓ ଯୁବ ଖେଳାଳି ସାମିଲ ହୋଇଛନ୍ତି। ଏହି ତାଲିକାରେ ୫ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅଭିଜ୍ଞ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା, ଡ୍ରାଗ୍‌ ଫ୍ଲିକର ଅମିତ ରୋହିଦାସ, ଯୁବ ଡିଫେଣ୍ଡର ନୀଲମ ସଞ୍ଜୀପ ଖେସ, ଆଶିଷ କୁମାର ଟପ୍ନୋ ଓ ଶିଳାନନ୍ଦ ଲାକ୍ରା।
ଘୋଷିତ ତାଲିକା:
ଗୋଲ କିପର- ପି.ଆର. ଶ୍ରୀଜେସ୍‌, ସୁରଜ କରକେରା, କ୍ରିଷନ ବାହାଦୁର ପାଠକ।
ଡିଫେଣ୍ଡର-ହରମନପ୍ରୀତ ସିଂ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦର କୁମାର, ଅମିତ ରୋହିଦାସ, ବରୁନ କୁମାର, ରୁପିନ୍ଦର ପାଲ ସିଂ, ଗୁରିନ୍ଦର ସିଂ, କୋଥାଜିତ୍‌ ସିଂ ଖଡଙ୍ଗବାମ, ନୀଲମ ସଞ୍ଜୀପ ଖେସ୍‌, ଜରମନପ୍ରୀତ୍‌ ସିଂ।
ମିଡ୍‌ଫିଲ୍ଡର-ମନପ୍ରୀତ ସିଂ, ସୁମିତ, ନୀଳକାନ୍ତ ଶର୍ମା, ଯଶକରନ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଆଶିଷ କୁମାର ଟପ୍ନୋ, ୟସଦୀପ ସିଓ୍ବାଚ୍‌, ସୟଦ ନିୟାଜ ରହିମ, ରାଜ କୁମାର ପଲ।
ଫରଓ୍ବାଡର୍‌ସ- ମନଦୀପ ସିଂ, ଆକାଶଦୀପ ସିଂ, ଶିଳାନନ୍ଦ ଲାକ୍ରା, ଗୁରସାହିବଜିତ୍‌ ସିଂ, ଶମସେର ସିଂ, ଅରମାନ କୁରେସି, ସୁମିତ କୁମାର, ସିମରନଜିତ୍‌ ସିଂ,ଏସ୍‌ଭି ସୁନୀଲ, ଗୁରଜନ୍ତ ସିଂ ରମନଦୀପ ସିଂ।

Share