ଜାତୀୟ ପ୍ରେସ୍‌ ଦିବସ ପାଳିତ

ଭଦ୍ରକ ଅଫିସ,୧୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲା ସଂସ୍କୃତି ଭବନ ପରିସରରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି। ଜିଲା ଲୋକସମ୍ପର୍କ ଅଧିକାରୀ ଗୋଲଖ ବେହେରାଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ପି.ଡି. ମଧୁସୂଦନ ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଶୈଳେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଖବରଦାତାମାନଙ୍କ ଭୂମିକା ସମ୍ପର୍କରେ ମତ ରଖିଥିଲେ।