Categories: ଖେଳ

ଜାତୀୟ ଫୁଟବଲ ଶିବିରରେ ୩ ଓଡ଼ିଆ

କଟକ ଅଫିସ,୩୦ା୧୦- ଆସନ୍ତା ନଭେମ୍ବର ପହିଲାରୁ ଗୋଆର ମରଗାଓ ସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୧୭ବର୍ଷରୁ କମ ଜାତୀୟ ବାଳିକା ଫୁଟବଲ ଦଳର ପ୍ରସ୍ତୁତି ଓ ଚୟନ ଶିବିର ଆରମ୍ଭ ହେବ। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ) ପକ୍ଷରୁ ୩ଜଣ ଓଡ଼ିଆ ଖେଳାଳିଙ୍କ ନାମ ଉକ୍ତ ଶିବିର ନିମନ୍ତେ ଚୂଡ଼ାନ୍ତ କରାଯାଇଛି । ଏମାନେ ହେଲେ ସୁନ୍ଦରଗଡ଼ ସ୍ପୋର୍ଟସ ହଷ୍ଟେଲର ମନୀଷା ନାୟକ, କଟକ ସାଇ ହଷ୍ଟେଲର ଜ୍ୟୋତି କୁମାରୀ ଓ ସୁନ୍ଦରଗଡ଼ ସ୍ପୋର୍ଟସ ହଷ୍ଟେଲର ମଞ୍ଜୁ ଗଞ୍ଜୁ। ୩ଜଣଙ୍କୁ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ସମ୍ପାଦକ(ଇନଚାର୍ଜ) ଅଭିଜିତ ପାଲ ଶୁଭେଚ୍ଛା ଜଣାଇଛନ୍ତି।

Share