Categories: ଫୁରସତ

ଜାତୀୟ ବିଜ୍ଞାନ ଦିବସ: ବିଜ୍ଞାନର ବିକାଶରେ ଦେଶର ବିକାଶ ସମ୍ଭବ

ଭାରତରେ ପ୍ରତିବର୍ଷ ୨୮ ଫେବୃୟାରୀରେ ପାଳନ କରାଯାଉଛି ଜାତୀୟ ବିଜ୍ଞାନ ଦିବସ। ବୈଜ୍ଞାନିକମାନଙ୍କ ସମାଜ ପ୍ରତି ଅବଦାନକୁ କୃତଜ୍ଞତାର ସହ ସ୍ବୀକୃତି ଦେବା ସହିତ ବିଜ୍ଞାନ ଶିକ୍ଷାକୁ ଆଗକୁ ନେବା ଏହି ଦିବସର ଲକ୍ଷ୍ୟ। ମୁଖ୍ୟତଃ ରମଣ ଇଫେକ୍ଟ ବା ରମଣ ପ୍ରଭାବର ଆବିଷ୍କାରକୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ସାର୍‌ ସି. ଭି. ରମଣ ୨୮ ଫେବୃୟାରୀ ୧୯୨୮ରେ ରମଣ ଇଫେକ୍ଟ ବା ରମଣ ପ୍ରଭାବ ଆବିଷ୍କାର ସମ୍ପର୍କରେ ଘୋଷଣା କରିଥିଲେ। ଏଥିତ୍ପାଇଁ ତାଙ୍କୁ ୧୯୩୦ରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ସି .ଭି.ରମଣ, ସତ୍ୟେନ୍ଦ୍ରନାଥ ବୋଷ, ଜଗଦୀଶ ଚନ୍ଦ୍ର ବୋଷ ଓ ମେଘନାଦ ଶାହା ଭାରତୀୟ ବିଜ୍ଞାନକୁ ମାର୍ଗ ଦେଖାଇଛନ୍ତି। ବିଶ୍ୱ ବିଜ୍ଞାନ ଦରବାରରେ ଭାରତକୁ ଅଧିଷ୍ଠିତ କରିବାରେ ସେମାନଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ବିଜ୍ଞାନର ବିକାଶ ଭାରତରେ ଦାରିଦ୍ର୍ୟ ଦୂର କରିବାରେ ସହାୟକ ହୋଇପାରିଛି। ମହାକାଶ ବିଜ୍ଞାନ ଦୌଡ଼ରେ ସୁପର୍‌ପାଓ୍ବାରଙ୍କ ସମକକ୍ଷ ହେବା ଲାଗି ଏବେ ଭାରତ ଅଗ୍ରସର ହୋଇଛି। ବିଜ୍ଞାନର ବିକାଶ ଦେଶର ବିକାଶକୁ ତ୍ୱରାନ୍ବିତ କରିଛି। ଶିଳ୍ପରେ ବି ବିଶ୍ୱସ୍ତରରେ ଭାରତ ଅଭୂତପୂର୍ବ ସଫଳତା ପାଇବାରେ ଲାଗିଛିି।
ବୈଜ୍ଞାନିକ ଡି. ଯୋଗେଶ୍ୱର ରାଓ କହିଥିଲେ-‘ଆମଠାରେ ରହିଛି ଯଥେଷ୍ଟ ବୈଜ୍ଞାନିକ ମନୋଭାବ। ଏଠାରେ ବିଜ୍ଞାନ ପରିବେଶ ମଧ୍ୟ ବେଶ୍‌ ଅନୁକୂଳ। ତେଣୁ ‘ଜ୍ଞାନ ଉପତ୍ାଦନ’ କରିବାରେ ଆମେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିପାରିବୁ। ଅବଶ୍ୟ ଆମକୁ ଏଥିପାଇଁ ‘ଉପତ୍ାଦନ’ କରିବା ପାଇଁ ପଡିବ ଯଥେଷ୍ଟ ସଂଖ୍ୟାରେ ଉତ୍ସର୍ଗୀକୃତ ବିଜ୍ଞାନୀ ଓ ପ୍ରଯୁକ୍ତିବିଦ୍ୟାବିଦ୍‌।’ କୁଶଳୀ ‘ବିଜ୍ଞାନୀ-ବଳ’ ସଂଗ୍ରହ କରିବା ନିମନ୍ତେ ଶିକ୍ଷା ବ୍ୟବସ୍ଥାରେ ଗୁଣାମତ୍କ ଉନ୍ନତି କରିବା ଅପରିହାର୍ଯ୍ୟ। ଏବେ ୩୦୦ରୁ ଅଧିକ ଭାରତୀୟ ବିଶ୍ୱ ବିଦ୍ୟାଳୟଗୁଡିକରେ ରହିଛନ୍ତି ସଢେ ୩ ଲକ୍ଷରୁ ଊର୍ଦ୍ଧ୍ୱ ବିଜ୍ଞାନ ଛିତ୍ର। ଦେଶରେ ଆଇଆଇଟି ଓ ଅନ୍ୟାନ୍ୟ ବିଜ୍ଞାନ ପ୍ରତିଷ୍ଠାନଗୁଡିକ ବିଶ୍ୱରେ ଯଥେଷ୍ଟ ମାନ୍ୟତା ଲାଭ କରିଛି। ତେବେ ବିଜ୍ଞାନ ଶିକ୍ଷା ଓ ଗବେଷଣାକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତା ଉପରେ ଏହି ଦିବସ ଗୁରୁତ୍ୱ ପ୍ରାଦନ କରିଆସୁଛି। ପ୍ରୟୋଗାମତ୍କ ବିଜ୍ଞାନ ମୌଳିକ ବିଜ୍ଞାନକୁ ଆଧାର କରି ପୁଷ୍ଟ ହୋଇଥାଏ। ସୁତରାଂ ମୌଳିକ ବିଜ୍ଞାନର ବିକାଶ ନ ହେଲେ ପ୍ରୟୋଗାମତ୍କ ବିଜ୍ଞାନର ମୂଳଦୁଆ ସୁଦୃଢ ହୋଇପାରିବନାହିଁ। ଏଣୁ ବିଜ୍ଞାନ ଦିବସରେ ଏହା ଉପରେ ଗଭୀର ଅନୁଚିନ୍ତାର ଆବଶ୍ୟକତା ରହିଛି। ଏବେ ଦେଶରେ ବିଜ୍ଞାନ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା ଓ ବିଜ୍ଞାନ ଶିକ୍ଷା ପ୍ରତି ଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ପାଠ୍ୟକ୍ରମକୁ ବିଜ୍ଞାନାଭିମୁଖୀ କରଯିବା ଆବଶ୍ୟକ। ଆମ ଦେଶରେ ଉତ୍ସର୍ଗୀକୃତ ବୈଜ୍ଞାନିକମାନଙ୍କର ଅଭାବ ନାହିଁ। ତେବେ ସେମାନଙ୍କ ଜ୍ଞାନ ଓ ଗବେଷଣାକୁ ପୁଞ୍ଜି କରି ଦେଶ ଆଗକୁ ଯିବାର ସମୟ ଏବେ ଉପନୀତ। ଭାରତ ବିଜ୍ଞାନ ରାସ୍ତାରେ କ୍ଷୀପ୍ର ବେଗରେ ଢେର ଆଗକୁ ମାଡିଚାଲିଛି। ଆଉ କିଛି ବର୍ଷ ମଧ୍ୟରେ ବିଶ୍ୱରେ ଏକ ମହାଶକ୍ତି ରୂପେ ଭାରତ ଉଭା ହେବ ଏହା ଦୃଢତାର ସହ କୁହାଯାଇପାରେ। ୨୦୨୦ ପାଇଁ ଏହି ଦିବସର ସ୍ଲୋଗାନ ରହିଛି‘ବିଜ୍ଞାନରେ ମହିଳା’।
– ଡା. ନିତ୍ୟାନନ୍ଦ ସ୍ବାଇଁ
ସେକ୍ଟର-୬,ଅଭିନବ ବିଡ଼ାନାସୀ, କଟକ

Share