Categories: ଖେଳ

ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍‌ଯାପିତ

ଭୁବନେଶ୍ୱର, ୧୦।୧୦(କ୍ରୀଡ଼ା ପ୍ରତିନିଧି)- କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବୁଧବାର ଉଦ୍‌ଯାପିତ ହୋଇଛି। ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅନ୍ତର୍ଗତ ସଫ୍ଟ ଟେନିସ ପୁରୁଷ ବିଭାଗରେ ପଞ୍ଜାବ ବିଶ୍ୱବିଦ୍ୟାଳୟ (ଚଣ୍ଡିଗଡ଼) ଚାମ୍ପିୟନ ଏବଂ ପଞ୍ଜାବୀ ବିଶ୍ୱବିଦ୍ୟାଳୟ (ପଟିଆଲା) ରନର୍ସଅପ୍‌ ହୋଇଛି। ମହିଳା ବିଭାଗରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଓ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇଛି। ଟଗ୍‌ ଅଫ୍‌ ଓ୍ବାର ଇଭେଣ୍ଟର ସିନିୟର ମହିଳା ୪୮୦ କେଜି ବିଚ୍‌ରେ କେରଳର କାଲିକଟ ପ୍ରଥମ ଏବଂ କେରଳର କନ୍ନୁର ବିଶ୍ୱବିଦ୍ୟାଳୟ ଦ୍ୱିତୀୟ, ସିନିୟର ପୁରୁଷ ୬୦୦ କେଜି ବିଚ୍‌ରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ଓ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ତ ବିଶ୍ୱବିଦ୍ୟାଳୟ ରନର୍ସଅପ୍‌, ସିନିୟର ମିକ୍ସ ୪+୪ ୫୪୦ କେଜି ବିଚ୍‌ରେ ଚଣ୍ଡିଗଡ଼ ପ୍ରଥମ ଏବଂ ପଞ୍ଜାବର ସନ୍ଥ ବାବା ଭାଗ୍‌ ସିଂ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ, ସିନିୟର ମହିଳା ୪୮୦ କେଜି ଆଉଟ୍‌ଡୋରରେ କାଲିକଟ ପ୍ରଥମ, କନ୍ନୁର ଦ୍ୱିତୀୟ, ସିନିୟର ପୁରୁଷ ୬୪୦ କେଜି ଆଉଟଡୋରରେ ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ତ ବିଶ୍ୱବିଦ୍ୟାଳୟ ପ୍ରଥମ ଓ କାଲିକଟ ଦ୍ୱିତୀୟ, ଏବଂ ସିନିୟର ମିକ୍ସ ୪+୪ ୫୬୦ କେଜି ଆଉଟଡୋରରେ କାଲିକଟ ଚାମ୍ପିୟନ ଏବଂ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ରନର୍ସଅପ୍‌ ହୋଇଛି।
ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଚାମ୍ପିୟନଶିପ୍‌ର ମହିଳା ବାସ୍କେଟବଲରେ ଉତ୍ତର ପ୍ରଦେଶର ମହାତ୍ମା ଗାନ୍ଧୀ କାଶି ବିଦ୍ୟାପୀଠ ଚାମ୍ପିୟନ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ରନର୍ସଅପ୍‌, ମହିଳା ଚେସ୍‌ରେ କାଲିକଟ ଚାମ୍ପିୟନ ଓ କିଟ୍‌ ବିଶ୍ୱବିଦ୍ୟାଳୟ ରନର୍ସଅପ୍‌, ମହିଳା ଫୁଟବଲରେ ରାଞ୍ଚତ୍ ବିଶ୍ୱବିଦ୍ୟାଳୟ ପ୍ରଥମ ଓ ବି.ଆର. ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ ଦ୍ୱିତୀୟ, ଟେବୁଲ ଟେନିସର ପୁରୁଷ ବିଭାଗରେ ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ଓ ୟୁନିଭର୍ସିଟି ଅଫ୍‌ କୋଲକାତା ରନର୍ସଅପ୍‌, ମହିଳା ବିଭାଗରେ ୟୁନିଭର୍ସିଟି ଅଫ୍‌ କୋଲକାତା ଚାମ୍ପିୟନ, ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ ରନର୍ସଅପ୍‌ ଏବଂ ଭଲିବଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ଓ ବାରାଣାସୀର ମହାତ୍ମାଗାନ୍ଧୀ କାଶି ବିଦ୍ୟାପୀଠ ରନର୍ସଅପ୍‌ ହୋଇଛି। କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ହରେକୃଷ୍ଣ ଶତପଥି, ଜିସିପିଇର ପୂର୍ବତନ ପ୍ରିନ୍ସିପାଲ ମନମୋହନ ରାଉତ, ନୀଲକମଲ ରାଉତ ଏବଂ କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

Share