ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ: ମାନବସେବା ହିଁ ମାଧବ ସେବା: ଜିଲାପାଳ

ତାଳଚେର,୬।୧୨(ନି.ପ୍ର.): ଅନୁଗୋଳ ଜିଲା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ୫୭ତମ ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ମନୋଜ କୁମାର ମହାନ୍ତି ଯୋଗଦେଇ ମାନବ ସେବା ହିଁ ମାଧବ ସେବା ବୋଲି କହିଛନ୍ତି। ଏହାସହ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ ସ୍ବେଚ୍ଛାସେବୀମାନଙ୍କ କାମକୁ ପ୍ରଶଂସା କରିଥିଲେ। ଏଥିରେ ସ୍ବେଚ୍ଛାସେବୀ ସ୍ବର୍ଗତ ସଞ୍ଜୟ କୁମାର ଦାସଙ୍କୁ ମରଣୋ ତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଏହାକୁ ଗ୍ରହଣ କରିଥିଲେ। ପ୍ଲାଟୁନ କମାଣ୍ଡର ନିର୍ମଳ ସ୍ବାଇଁଙ୍କ ନେତୃତ୍ୱରେ ୬ଟି ଟିମ୍‌ ଏଥିରେ ଅଂଶଗ୍ରହଣ କରିଥିଲେ।

Share