ଜାତୀୟ ଭୋଟର ଦିବସ ପାଳନ

ଅନୁଗୋଳ ଅଫିସ,୨୫।୧: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଜାତୀୟ ଭୋଟର ଦିବସ ପାଳନ କରାଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ ସାର, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ସୁଦୃଢ଼ ଗଣତନ୍ତ୍ର ପାଇଁ ଶିକ୍ଷିତ ମତଦାତାଙ୍କ ଉପରେ ଆଲୋଚନା କରାଯାଇଛି।