ଜାତୀୟ ମତଦାତା ଦିବସ: ଶପଥ ନେଲେ ଭୋଟର

ଚିତ୍ରକୋଣ୍ଡା,୨୫।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୮ଟି ପଞ୍ଚାୟତର ବିଭିନ୍ନ ବୁଥ୍‌ରେ ଶନିବାର ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏଥିପାଇଁ ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କ ନେତୃତ୍ୱ ଏବଂ ଚିତ୍ରକୋଣ୍ଡା ଜିପିଓ ଧୀରେନ୍‌ ଖଣ୍ଡାଗିରିଙ୍କ ପରିଚାଳନାରେ ଏକ ଆଲୋଚନା କରାଯାଇ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା। ସ୍ଥାନୀୟ ଚିତ୍ରକୋଣ୍ଡା ୨୧୩ ନଂ. ବୁଥ୍‌ରେ ଭୋଟର ଅଧିକାର ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଆମେ ସମସ୍ତେ ଭୋଟ ଦେବା ମତଦାତାମାନଙ୍କୁ ପରାମର୍ଶ ଦିଆଯାଇ ଶପଥ ନିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ତ୍ର୍ରିନାଥ ଗୌଡ଼, ହସତରାମ ପାଣ୍ଡେ ଓ ନିରୋଦ ଜେନା ପରିଚାଳନା କରିଥିଲେ। ସେହିଭଳି ଚିତ୍ରକୋଣ୍ଡା ବ୍ଲକର ସମସ୍ତ ପଞ୍ଚାୟତର ବୁଥ୍‌ରେ ଉକ୍ତ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା।