ଜାତୀୟ ରାଜପଥରେ ଗୋରୁକୁ ଧକ୍କାଦେଲା ଟ୍ରକ: ୧ ମୃତ, ୨ ଗୁରୁତର

ଆନନ୍ଦପୁର,୩୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥର ବିରଗୋବିନ୍ଦପୁର ପୋଲ ନିକଟରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ଗୋଟିଏ ଗୋରୁର ମୃ୍ୟୁ ଘଟିଥିବା ବେଳେ ଦୁଇ ଆହତ ହୋଇଛନ୍ତି। ତେବେ ୩୦ରୁ ଊର୍ଦ୍ଧ୍ୱ ଗୋରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ସ୍ଥାନୀୟଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ରାସ୍ତା ଅବରୋଧ ହଟିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି।