ଜାତୀୟ ରାଜପଥରେ ଜଳିଗଲା କାର୍‌

ଭଣ୍ଡାରିପୋଖରୀ, ୧୩ା୯(ଡି.ଏନ.ଏ.)- ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ପୁରିପଡ଼ା ସ୍କୁଲଠାରୁ ଅନତି ଦୂରରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏକ ଚଳନ୍ତା କାର୍‌ ନିଅଁା ଲାଗି ଜଳିଯାଇଛି। କାର୍‌ଟି ଯାଜପୁର ଜିଲା ଷଠିପୁର ଅଞ୍ଚଳରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ କୌଣସି କାରଣରୁ ନିଅଁା ଲାଗିଯାଇଥିଲା। କୌଶଳ କ୍ରମେ ଚାଳକ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଛନ୍ତି। ଖବର ପାଇ ଭଣ୍ଡାରିପୋଖରୀ ଦମକଳ କର୍ମଚାରୀ ସେଠାରେ ପହଞ୍ଚି ନିଅଁା ଲିଭାଇଥିଲେ। ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଚଳାଇଛି। ତେବେ କୌଣସି କାରଣରୁ ଗାଡ଼ିରେ ନିଅଁା ଲାଗିଲା ତାହା ଜଣାପଡ଼ି ନାହିଁ।

Share