ଜାତୀୟ ରାଜପଥ ସମ୍ପ୍ରସାରଣ କର୍ମଚାରୀଙ୍କ ବିକ୍ଷୋଭ

ସୋର, ୨୯।୩(ଡି.ଏନ୍‌.ଏ)-୧୬ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଶ୍ରମିକମାନେ ଶନିବାର ସୋର ଜାତୀୟ ରାଜପଥ ବିଦୁଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରମିକ ଓ କର୍ମଚାରୀମାନେ ବାହାର ରାଜ୍ୟର ହୋଇଥିବାରୁ ସେମାନେ ଘରକୁ ଯାଇପାରୁ ନାହାନ୍ତି। ତିନିମାସର ଦରମା ନ ଦେବା, ମାକ୍ସ ଓ ସାନିଟାଇଜର ବ୍ୟବସ୍ଥା କରାଯାଉ ନ ଥିବା ପ୍ରତିବାଦରେ କର୍ମଚାରୀ ଓ ଶ୍ରମିକମାନେ ବିକ୍ଷୋଭ କରିଥିଲେ।
ଲକଡାଉନ୍‌ ଯୋଗୁ ଏଠାରେ ପାଖାପାଖି ୨ହଜାର କର୍ମଚାରୀ ନାହଁି ନ ଥିବା ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ଗୋଟିଏ ସ୍ଥାନରେ ଏକାଠି ହୋଇ ରହୁଥିବାରୁ ନିଜ ରାଜ୍ୟ ଚାଲିଯିବା ପାଇଁ କମ୍ପାନୀ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସୋର ତହସିଲଦାର ଅଶୋକ କୁମାର ଦାସ ଓ ସୋର ପୋଲିସ ପହଞ୍ଚତ୍ କମ୍ପାନୀର ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କୁ ଯଥାଶୀଘ୍ର ଦରମା ଦେବା ସହିତ ନିଜ ରାଜ୍ୟକୁ ଯିବା ପାଇଁ ସମସ୍ତ ବ୍ୟବସ୍ଥା କରିବେ ବୋଲି କମ୍ପାନୀ ସହିତ ଆଲୋଚନା କରିଛନ୍ତି।