Categories: ଖେଳ

ଜାତୀୟ ରାଲି ଚାମ୍ପିୟନଶିପ:ଗୌରବଙ୍କ କାର୍‌ ଦୁର୍ଘଟଣାରେ ୩ ମୃତ

ବାରମେର(ରାଜସ୍ଥାନ),୨୧।୯(ପି.ଟି.)- ଏକ ଅଭାବନୀୟ ଘଟଣାକ୍ରମେରେ ଭାରତୀୟ ରାଲି ଡ୍ରାଇଭର ଗୌରବ ଗିଲ୍‌ଙ୍କ କାର୍‌ ଏକ ମୋଟରସାଇକେଲଙ୍କୁ ଧକ୍କା ଦେବା ଫଳରେ ୩ଜଣ ମୃତ୍ୟୁ ବରଣ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଗୌରବ ଦେଶର ପ୍ରଥମ ମୋଟରସ୍ପୋଟର୍‌ସ ଡ୍ରାଇଭର ହିସାବରେ ଅର୍ଜୁନ ପୁରସ୍କାର ହାସଲ କରିଥିଲେ। ଏହି ଦୁର୍ଘଟଣାରେ ଗୌରବ ମଧ୍ୟ ଆହତ ହୋଇଛନ୍ତି ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ଏଠାରେ ମ୍ୟାକ୍ସପେରିଏନ୍ସ ରାଲି ଏଫ୍‌ଏମ୍‌ଏସ୍‌ସିଆଇ ଭାରତୀୟ ନ୍ୟାଶନାଲ ଚାମ୍ପିୟନଶିପ ରାଉଣ୍ଡ-୩ ଅବସରରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା।
ଏହି ଦୁର୍ଘଟଣାରେ ନରେନ୍ଦ୍ର, ତାଙ୍କ ପତ୍ନୀ ପୁଷ୍ପା ଓ ଏମାନଙ୍କ ପୁଅ ଜିତେନ୍ଦ୍ର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ପରେ ରାଲିକୁ ବାତିଲ କରାଯାଇଛି। ଷ୍ଟେଜ୍‌-୧ରେ ଗୌରବ ଘଣ୍ଟାପ୍ରତି ୧୪୫ କି.ମି. ବେଗରେ ଗାଡି ଚଳାଉଥିଲେ। ୫ରୁ ୧୦ ମିଟର ମଧ୍ୟରେ ସେ ହଠାତ ଗାଡିକୁ ବାମ୍‌ ପଟକୁ ନେଉଥିବା ବେଳେ ମୋଟରସାଇକେଲ ସହ କାରର ଧକ୍କା ହୋଇଥିଲା। ଗାଡିକୁ ରୋକିବା ପାଇଁ ଗୌରବ ଚେଷ୍ଟ କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ।
ପ୍ରତିଯୋଗିତା ଚାଲୁଥିବା ବେଳେ ବ୍ୟାରିକେଡ ଭାଙ୍ଗି ରାସ୍ଥା ଉପରକୁ ନ ଆସିବାକୁ ଆମେ ବାରମ୍ବାର ସତର୍କ କରାଇଥିଲେ ମଧ୍ୟ ଗାଁ ଲୋକେ ଏହାକୁ ଖରି କରୁନାହାନ୍ତି। ଯାହାଫଳରେ ଏଭଳି ଦୁର୍ଘଟଣା ଘଟୁଛି ବୋଳି ଆଇଏନ୍‌ଆରସି ପ୍ରମୋଟର ଭାମସି ମେର୍ଲା କହିଛନ୍ତି। ୧୫ ଦିନ ଆଗରୁ ରାସ୍ତା ବନ୍ଦ ହୋଇଛି ବୋଲି ଆମେ ବାରମ୍ବାର ସତର୍କ କରାଇ ଆସିଛୁ। ଫିଲ୍ଡ ମାର୍ଶାଲଙ୍କ ସହ ନରେନ୍ଦ୍ର ଯୁକ୍ତିତର୍କ କରିଥିଲେ। ଏହି ଅବସରରେ ସୁବିଧା ଦେଖି ନରେନ୍ଦ୍ର ବ୍ୟାରିକେଡ ଭାଙ୍ଗି ଟ୍ରାକ୍‌ ଉପରକୁ ଚାଲିଯାଇଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଥିଲା ବୋଲି ସେ କହିଛନ୍ତି। ଅତ୍ୟଧିକ ବେଗରେ ଥିବାରୁ ଗୌରବ ଗାଡିକୁ ରୋକିବାରେ ବିଫଳ ହୋଇଥିଲେ। ସବୁ ପ୍ରକାର ବିହିତ ବ୍ୟବସ୍ଥା ଗ୍ରହଣ କରିଥିଲେ ମଧ୍ୟ ଏଭଳି ଦୁର୍ଘଟଣା ଘଟିବା ନିହାତି ଦୁର୍ଭାଗ୍ୟଜନକ ବୋଲି ଏଫ୍‌ଏସ୍‌ସିଆଇ ଅଧ୍ୟକ୍ଷ ଜେ. ପୃଥ୍ବୀରାଜ କହିଛନ୍ତି। ନରେନ୍ଦ୍ର ଶୋକସନ୍ତପ୍ତ ପରିବାରକୁ ଆମେ ସମବେଦନା ଜଣାଉଛୁ। ପୂରା ମୋଟୋରସ୍ପୋଟର୍‌ସ ପରିବାର ନେରେନ୍ଦ୍ରଙ୍କ ପରିବାର ସହ ବିପଦ ବେଳେ ଆମେ ଛିଡ଼ା ହୋଇଛୁ ବୋଲି ସେ କହିଛନ୍ତି।

Share