Categories: ଖେଳ

ଜାତୀୟ ଶିବିରରେ ୨ ଓଡ଼ିଆ

କଟକ ଅଫିସ,୨୯|୧୦- ବାହାରିନ୍‌ଠାରେ ହେବାକୁ ଥିବା ଏଏଫ୍‌ସି ୧୫ ବର୍ଷରୁ କମ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌-୨୦୨୦ ନିମନ୍ତେ ଜାତୀୟ ଦଳର ପ୍ରସ୍ତୁତି ଓ ଚୟନ ଶିବିର ଗୋଆଠାରେ ଅନୁଷ୍ଠିତ ହେବ। ଏଥିଲାଗି ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ୍‌(ଏଆଇଏଫ୍‌ଏଫ୍‌) ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୧୫ରୁ ଏକ ପ୍ରସ୍ତୁତି ଶିବିର ଆୟୋଜନ କରାଯିବ। ଉକ୍ତ ଶିବିରରେ ଦୁଇ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଏମାନେ ହେଲେ ଭୁବନେଶ୍ୱରର ରଞ୍ଜନ ସୋରେନ୍‌ ଓ ଫୁଲବାଣୀ ସ୍ପୋର୍ଟସ ହଷ୍ଟେଲର ଏ. ଶିବ ପ୍ରସାଦ। ଉଭୟଙ୍କୁ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ)ର ସମ୍ପାଦକ(ଇନ୍‌ଚାର୍ଜ) ଅଭିଜିତ ପାଲ ଶୁଭେଚ୍ଛା ଜଣାଇଛନ୍ତି।

Share