ଜାତୀୟ ସଙ୍ଗୀତରୁ ଏଠାରେ ଆରମ୍ଭ ହୁଏ ଦିନ

ଛତିଶଗଡ଼ର ଗାରିଆବନ୍ଦ ଜିଲା ଶ୍ୟାମ ନଗର ଗାଁରେ ଦେଶପ୍ରେମର ଏକ ନିଆରା ଛବି ଦେଖିବାକୁ ମିଳେ। ନିୟମ ଅନୁଯାୟୀ, ଏଠାରେ ସକାଳ ଠିକ୍‌ ୮ଟା ୫୯ରେ ଜାତୀୟ ସଙ୍ଗୀତ ବାଜି ଉଠିଥାଏ। ଏଥିପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପାଖାପାଖି ୨୦ଟି ଲାଉଡସ୍ପିକର ଖଞ୍ଜାଯାଇଛି। ପ୍ରଥମେ ସୂଚନା ଦେଇ ଲୋକଙ୍କୁ ସଚେତନ କରାଯିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଏ। ପିଲାଠାରୁ ବୟସ୍କ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଜାତୀୟ ସଙ୍ଗୀତ ଶୁଣିବା ମାତ୍ରେ ସମ୍ମାନ ଜଣାଇ ସାବଧାନ ପୋଜିଶନରେ ଠିଆ ହୋଇଯାଇଥାଆନ୍ତି।

ଏପରିକି ଯେତେଦୂର ପର୍ଯ୍ୟନ୍ତ ଏହା ଶୁଣାଯାଏ, ସେତେଦୂର ପର୍ଯ୍ୟନ୍ତ ଲୋକେ ଏହାକୁ ସମ୍ମାନ ଜଣାଇ ଠିଆ ହୋଇଯାଆନ୍ତି। ଏହା ଏବେ ଲୋକଙ୍କର ଅଭ୍ୟାସରେ ପଡିଗଲାଣି। ରାଜଧାନୀ ରାୟପୁରଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏହି ଗାଁରେ ଲୋକେ ଚାନ୍ଦା କରି ବିଭିନ୍ନ ସ୍ଥାନରେ ଲାଉଡସ୍ପିକର ଲଗାଇବାର ବ୍ୟବସ୍ଥା କରିଛନ୍ତି।

Share