Categories: ଜାତୀୟ

ଜାତୀୟ ସଙ୍ଗୀତ ଗାନ କରି ନୂଆବର୍ଷକୁ ସ୍ବାଗତ କଲେ ଜାମିଆ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧।୧: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଏକ ନିଆରା ଢ଼ଙ୍ଗରେ ନୂଆବର୍ଷ ପାଳନ କରିଛନ୍ତି। କ୍ୟାମ୍ପସ୍‌ ପରିସରରେ ଛାତ୍ରୀଛାତ୍ର ଏକତ୍ରିତ ହୋଇ ମଙ୍ଗଳବାର ମଧ୍ୟରାତ୍ରରେ ଜାତୀୟ ସଙ୍ଗୀତ ଗାନ କରି ନୂଆବର୍ଷକୁ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ଏଠାରେ ଛାତ୍ରୀଛାତ୍ରମାନେ କିଛି ଦିନ ତଳେ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଛାତ୍ରୀଛାତ୍ର କେନ୍ଦ୍ର ସରକାର ସିଏଏକୁ ନୂଆବର୍ଷରେ ପ୍ରତ୍ୟାହାର କରିନେବେ ବୋଲି ଆଶା ପ୍ରକାଶ କରିଛନ୍ତି।

Share