Categories: ଖେଳ

ଜାତୀୟ ସଫ୍ଟଟେନିସ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୬।୬(ସ୍ପୋଟର୍‌ସ ବ୍ୟୁରୋ)- ମଧ୍ୟପ୍ରଦେଶର ଭୋପାଳଠାରେ ଆସନ୍ତା ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ୧୪ତମ ଜାତୀୟ ଜୁନିୟର ସଫ୍ଟଟେନିସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶା ବାଳିକା ଓ ବାଳକ ଦଳ ବୁଧବାର ଭୋପାଳ ଅଭିମୁଖେ ଗସ୍ତ କରିଛି। ଅଜିତ୍‌ ସାବରଙ୍କ ନେତୃତ୍ୱରେ ଗଠିତ ଓଡ଼ିଶା ବାଳକ ଦଳରେ ମହମ୍ମଦ ଅମନ୍‌, ଲଝମନ ମୀନାକା, ବ୍ରଜ ହିମିରିକା, ହେମନ୍ତ ଛତ୍ରିଆ, କୃଷ୍ଣଧର ନାୟକ, ସୁଦାମ ମୁଣ୍ଡା ମାଝୀ ଓ ପ୍ରଦୀପ ମଣ୍ଡଳ ରହିଛନ୍ତି। ସେହିଭଳି କରିସ୍ମା କିସାନଙ୍କୁ ବାଳିକା ଦଳର ଅଧିନାୟିକା ନିଯୁକ୍ତ କରାଯାଇଛି। ମୋନାଲିସା ନାୟକ, ଲିସା ଜୁଲଣ୍ଡୀ, ସ୍ନେହଲତା ସିଂ, ଚୂଡ଼ାମଣୀ ସୋରେନ, ଆମିସା ମିଞ୍ଜ ଓ ରିଙ୍କି ମିଞ୍ଜ ବାଳିକା ଦଳରେ ସ୍ଥାନ ପାଇଛନ୍ତି। ମହମ୍ମଦ ଆଜାମ ଓ ରବୀନ୍ଦ୍ର ହାଂସଦା ଯଥାକ୍ରମେ କୋଚ୍‌ ଓ ମ୍ୟାନେଜର ଭାବେ ଦଳ ସହ ଗସ୍ତ କରିଛନ୍ତି। ମହମ୍ମଦ ଅନସାର ଉଲ୍‌-ହକ୍‌, କୁନାଲ ବିଶ୍ୱାଳ ଓ ସତୀଶ କୁମାର ବିଶ୍ୱକର୍ମା ଅମ୍ପାୟର ରହିଛନ୍ତି। ଓଡ଼ିଶା ସଫ୍ଟଟେନିସ ଆସୋସିଏଶନର ସାଧାରଣ ସମ୍ପାଦକ ମହମ୍ମଦ ଆଜାମ ଓ କିସ୍‌ର କ୍ରୀଡ଼ା ନିର୍ଦ୍ଦେଶକ ରୁଦ୍ରକେଶ ଜେନା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆସୋସିଏଶନର ମୁଖ୍ୟ ପୃଷ୍ଠପୋଷକ ମନୋରଞ୍ଜନ ମହାନ୍ତି, ଅଧ୍ୟକ୍ଷ ରଞ୍ଜନ କୁମାର ନନ୍ଦ, ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ, କିଟ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ, ଉପସଭାପତି, ଦିଲୀପ କୁମାର ମହାନ୍ତି, ରମେଶ ଚନ୍ଦ୍ର ଦାସ, ନବରଞ୍ଜନ ପଟ୍ଟନାୟକ, କୃଷ୍ଣଚରଣ ପଣ୍ଡା, ରିଣ୍ଟୁ ମିତ୍ର ପ୍ରମୁଖ ଓଡ଼ିଶା ଦଳକୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

Share