Categories: ଖେଳ

ଜାତୀୟ ସବ୍‌ ଜୁନିଅର ଖୋଖୋ: ଓଡ଼ିଶା ବାଳିକା ଦଳ ଚାମ୍ପିୟନ, ବାଳକ ରନର୍ସଅପ୍‌

ଭୁବନେଶ୍ୱର, ୭।୧୦(ସ୍ପୋଟର୍‌ସ ବ୍ୟୁରୋ)- ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ୩୦ତମ ଜାତୀୟ ସବ୍‌ ଜୁନିୟର ବାଳିକା ଓ ବାଳକ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ପ୍ରଥମଥର ପାଇଁ ଓଡ଼ିଶା ବାଳିକା ଦଳ ଚାମ୍ପିୟନ ହୋଇଥିବା ବେଳେ ବାଳକ ଦଳ ରନର୍ସଅପ୍‌ ହୋଇଛି।
ଫାଇନାଲରେ ଓଡ଼ିଶା ବାଳିକା ଦଳ ୧୫-୦୭ ପଏଣ୍ଟ ଓ ୨ ଇନିଂସରେ ମହାରାଷ୍ଟ୍ରକୁ ପରାସ୍ତ କରି ସ୍ବର୍ଣ୍ଣପଦକ ଜିତିଥିବା ବେଳେ ବାଳକ ଦଳ ୯-୧୫ ପଏଣ୍ଟରେ ମହାରାଷ୍ଟ୍ରଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛି। ବାଳିକା ଦଳର ଶିବାନୀ ଗମାଙ୍ଗୋ ୨ ମିନିଟ୍‌ ୩୦ ସେକେଣ୍ଡ ରନିଂ ଓ ୧ ପଏଣ୍ଟ , ଅର୍ଚ୍ଚନା ମାଝୀ- ୧ ମିନିଟ୍‌ ୨୦ ସେକେଣ୍ଡ ରନିଂ ଓ ୨ଟି ପଏଣ୍ଟ, ମୋନିକା ନାୟକ – ୩ ପଏଣ୍ଟ, ଅନନ୍ୟା ପ୍ରଧାନ ୨ ପଏଣ୍ଟ ଓ ୩ ମିନିଟ୍‌ ରନିଂ, ଶୁଭଶ୍ରୀ ସିଂ – ୧ ମିନିଟ୍‌ ୩୦ ସେକେଣ୍ଡ ରନିଂ, ୨ ପଏଣ୍ଟ, ଜୟସ୍ମିତା ତରାଇ ୧ ମିନିଟ୍‌ ୧୦ ସେକେଣ୍ଡ ରନିଂ କରି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଛନ୍ତି। ଅନନ୍ୟା ପ୍ରଧାନ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି। ସେହିପରି ବାଳକ ଦଳର ପପୁ ମାରାଣ୍ଡି ୧ ମିନିଟ୍‌ ୩୦ ସେକେଣ୍ଡ ରନିଂ ଓ ୨ ପଏଣ୍ଟ, ବିଶାଳ ଓରାମ ୧ ମିନିଟ୍‌ ୫୦ ସେକେଣ୍ଡ ରନିଂ ଓ ୨ଟି ପଏଣ୍ଟ, ସନ୍ତୋଷ ଗୁରୁ ୨ ପଏଣ୍ଟ ସହ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରଛନ୍ତି।

Share