Categories: ଖେଳ

ଜାତୀୟ ସିନିୟର ଟେନିସ କ୍ରିକେଟ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି)-
ଚଳିତ ମାସ ୨୩ରୁ ୨୬ ପର୍ଯ୍ୟନ୍ତ ଗୋଆର ପଞ୍ଜିମ୍‌ଠାରେ ୪ର୍ଥ ଜାତୀୟ ସିନିୟର ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ୧୮ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଖେଳାଳି ଚୟନ ପାଇଁ ଗତ ୧୧ ଓ ୧୨ ତାରିଖରେ ଶ୍ରୀ ଜୟଦେବ କଲେଜ ପଡ଼ିଆରେ ୬୦ ଖେଳାଳିଙ୍କୁ ନେଇ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ପ୍ରଦର୍ଶନ ଭିତ୍ତିରେ ମନୋନୀତ ଦଳ ୨୧ ତାରିଖରେ ଗୋଆ ଯାତ୍ରା କରିବ। ପ୍ରତିଯୋଗିତାରେ ଓଡ଼ିଶା ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି ଓଡ଼ିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ ସମ୍ପାଦକ ରିଣ୍ଟୁ ମିତ୍ର। ମନୋନୀତ ଖେଳାଳିମାନଙ୍କୁ ଆସୋସିଏଶନ ସଭାପତି ଅଭିଳାଷ ସାହୁ, ମୁଖ୍ୟ ଉପଦେଷ୍ଟା ବାରିଜ ରଞ୍ଜନ ମହାନ୍ତି, ଉପସଭାପତି ଦେବବ୍ରତ ସାହୁ, ରାଜେନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ରାଗିନି ମିତ୍ର, ଅମରେନ୍ଦ୍ର ଦାସ, ବିକ୍ରମ ପାତ୍ର, ସୋଭେନ ମହାରଣା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶା ଦଳ: ସୁଶିଲ କୁମାର ବାରିକ, ପ୍ରମୋଦ କୁମାର ନାୟକ, ରତିକାନ୍ତ ମହାନ୍ତ, ବିମଲ କୁମାର ମହାପାତ୍ର, ସନ୍ତୋଷ ଜେନା, ସୁଦୀପ କୁମାର ଢାଲି, ସହଦେବ ଦାସ, ବବ୍‌ଲୁ ବେହେରା, ସମୀର ବାରିକ, ଅଜୟ ମହାନନ୍ଦମ୍‌, ଏମ. ରାଜା, ପ୍ରବୀଣ ଆଚାର୍ଯ୍ୟ, ବଦ୍ରି ନାରାୟଣ ପାତ୍ର, ଦୀପକ କୁମାର ମଲିକ, ଗଣେଷ କୁମାର ସେଠୀ। ମ୍ୟାନେଜର: ବାସୁଦେବ ଓଝା, କୋଚ୍‌: ମହମ୍ମଦ ଆଜାମ।

Share