Categories: ଖେଳ

ଜାତୀୟ ସିନିୟର ଭଲିବଲ: ଓଡ଼ିଶା ପୁରୁଷ ଦଳର ଚତୁର୍ଥ ବିଜୟ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶା ଚତୁର୍ଥ ବିଜୟ ହାସଲ କରିଛି। ପୂର୍ବ ମ୍ୟାଚରେ ଛତିଶଗଡ଼ଠାରୁ ୦-୩ରେ ହାରିଥିବା ହାରିଥିବା ଓଡ଼ିଶା ରବିବାର ଜମ୍ମୁ କଶ୍ମୀର ଦଳକୁ ସମାନ ବ୍ୟବଧାନରେ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ପଣ୍ଡିଚେରୀ ୩-୦ରେ ତ୍ରିପୁରା, ଆସାମ ୩-୦ରେ ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ ୩-୨ରେ ବିହାର, ହିମାଚଳ ପ୍ରଦେଶ ୩-୦ରେ ମଣିପୁର, ଛତିଶଗଡ଼ ୩-୦ରେ ଚଣ୍ଡିଗଡ଼, ଗୁଜରାଟ ୩-୧ରେ ମହାରାଷ୍ଟ୍ର ଓ ଉତ୍ତରାଞ୍ଚଳ ୩-୦ ସେଟ୍‌ରେ ଝାଡ଼ଖଣ୍ଡକୁ ହରାଇ ଦେଇଛି। ମହିଳା ବିଭାଗରେ ଉତ୍ତର ପ୍ରଦେଶ ୩-୦ରେ ପଣ୍ଡିଚେରୀ, ହିମାଚଳ ପ୍ରଦେଶ ୩-୦ରେ ଚଣ୍ଡିଗଡ଼, ମଧ୍ୟ ପ୍ରଦେଶ ୩-୦ରେ ଆସାମ, ଉତ୍ତରାଞ୍ଚଳ ୩-୦ରେ ବିହାର, ଗୁଜରାଟ ୩-୧ରେ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ୩-୦ରେ ପଞ୍ଜାବକୁ ପରାସ୍ତ କରିଛି।

Share