ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ପୁରୀ ଅଫିସ,୩୦।୧୦: ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ବୁଧବାର ପୁରୀ ଜିଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଓ ଶିଶୁ ଯତ୍ନ କେନ୍ଦ୍ର(ଏମ୍‌ସିଏଚ୍‌) ପରିଦର୍ଶନ କରିଥିଲେ। ଶିଶୁ ୱାର୍ଡ, ପ୍ରସୂତି ୱାର୍ଡ, ଅପରେସନ ଗୃହ, ଏସ୍‌ଏନ୍‌ସିୟୁ ଓ ଗର୍ଭବତୀ ମହିଳା ୱାର୍ଡ ପରିଦର୍ଶନ କରିଥିଲେ। ରୋଗୀଙ୍କ ସ୍ବାସ୍ଥ୍ୟବସ୍ତା ବୁଝିବା ସହ ରୋଗୀଙ୍କୁ ଦିଆଯାଉଥିବା ଚିକିତ୍ସା ସମ୍ବନ୍ଧରେ ପଚାରି ବୁଝିଥିଲେ। ଏହି ଅବସରରେ ତାଙ୍କ ସହ ଏଡିଏମ୍‌ଓ(ମେଡିକାଲ) ଉମାପଦ ବିଶ୍ୱାଳ, ଡିପିଏମ୍‌ ଟି.ତେଜେଶ୍ୱର ରାଓ, ମେଡିକାଲ ମ୍ୟାନେଜର ସଂଘମିତ୍ରା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।