Categories: ଖେଳ

ଜାତୀୟ ହକି ପାଇଁ ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୧୬।୩-
କରୋନା ଭାଇରସ ସଂକ୍ରମଣ ଜନିତ ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଏପ୍ରିଲ ୧୦ରୁ ବିଭିନ୍ନ ଭେନ୍ୟୁରେ ଆରମ୍ଭ ହେବାକୁଥିବା ଜାତୀୟ ଚାମ୍ପିୟନଶିପ୍‌(ଜୁନିୟର ଓ ସବ୍‌ଜୁନିୟର, ମହିଳା/ପୁରୁଷ)କୁ ସ୍ଥଗିତ ରଖା ଯାଇଛି। ସୋମବାର ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ବସି ଏହି ନିଷ୍ପତ୍ତି ହୋଇଛି। ବିଭିନ୍ନ ଟୁର୍ନାମେଣ୍ଟ ପାଇଁ ନୂଆ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ତେବେ ହକି ଇଣ୍ଡିଆ ସେତେବେଳେ ଦେଶରେ କରୋନା ସ୍ଥିତିକୁ ଅନୁଧ୍ୟାନ କରିବାପରେ ଖେଳାଳିଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାହା ନିଷ୍ପତ୍ତି ନେବ ବୋଲି କୁହାଯାଇଛି।
”ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଜୁନିୟର ଓ ସବ୍‌ଜୁନିୟର ସ୍ତରରେ ହେବାକୁଥିବା ସମସ୍ତ ମହିଳା ଓ ପୁରୁଷ ବିଭାଗ ଟୁର୍ନାମେଣ୍ଟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛି। ଯଦିଓ ଏଥିପାଇଁ ନୂଆ ତାରିଖ ଘୋଷଣା ହୋଇଛି ତେବେ କ୍ରମାଗତଭାବେ କରୋନା ସଂକ୍ରମଣ ଜନିତ ପ୍ରଭାବକୁ ଅନୁଧ୍ୟାନ କରାଯାଇ ଟୁର୍ନାମେଣ୍ଟ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଟୁର୍ନାମେଣ୍ଟ ଗୁଡ଼ିକ ଆୟୋଜନ କରିବାକୁ ଯାଉଥିବା ସଦସ୍ୟ ୟୁନିଟ ଗୁଡ଼ିକ ସହଯୋଗ କରୁଥିବାରୁ ଧନ୍ୟବାଦ। ବର୍ତ୍ତମାନ ପାଇଁ ଟୁର୍ନାମେଣ୍ଟ ସ୍ଥଗିତ ରଖିବା ସପକ୍ଷରେ ସମସ୍ତେ ରହିଛନ୍ତି“ ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ପ୍ରକାଶ କରିଛନ୍ତି।
ସ୍ଥଗିତ ରହିଥିବା ଟୁର୍ନାମେଣ୍ଟ ଏବଂ ନୂଆ କାର୍ଯ୍ୟସୂଚୀ
୧- ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌(ଡିଭିଜନ-ବି)
ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ଏପ୍ରିଲ ୧୦ରୁ ୨୦ ପର୍ଯ୍ୟନ୍ତ ହେବାର ଥିଲା। ନୂଆ କାର୍ଯସୂଚୀ ଅନୁସାରେ ଏହା ଏପ୍ରିଲ ୨୯ରୁ ମେ ୯ ପର୍ଯ୍ୟନ୍ତ ଆୟୋଜିତ ହେବ।
୨- ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌(ଡିଭିଜନ-ବି)
ଚେନ୍ନାଇଠାରେ ଏପ୍ରିଲ ୧୫ରୁ ୨୬ ପର୍ଯ୍ୟନ୍ତ ହେବାର ଥିଲା। ଏବେ ଏହା ମେ ୧୪ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ।
୩- ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ (ଡିଭିଜନ-ବି)
ହରିୟାଣାର ହିସାରଠାରେ ଏହା ଏପ୍ରିଲ ୧୩ରୁ ୨୪ ପର୍ଯ୍ୟନ୍ତ ହୋଇଥାନ୍ତା। ଏବେ ଏହା ମେ ୩ରୁ ୧୪ ପର୍ଯ୍ୟନ୍ତ ହେବ।
୪- ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌(ଡିଭିଜନ-ଏ)
ଚେନ୍ନାଇଠାରେ ଏପ୍ରିଲ ୧୦ରୁ ୧୭ ପର୍ଯ୍ୟନ୍ତ ହେବାର ଥିଲା। ଏବେ ଏହା ମେ ୧୯ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ।
୫- ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌(ଡିଭିଜନ-ଏ)
ରାଞ୍ଚତ୍ଠାରେ ଏପ୍ରିଲ ୧୮ରୁ ୨୮ ପର୍ଯ୍ୟନ୍ତ ହେବାର ଥିଲା। ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁସାରେ ମେ ୭ରୁ ୧୭ ପର୍ଯ୍ୟନ୍ତ ଆୟୋଜିତ ହେବ।
୬- ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌(ଡିଭିଜନ-ଏ)
ହରିୟାଣାର ହିସାରଠାରେ ଏପ୍ରିଲ ୨୨ରୁ ମେ ୩ ପର୍ଯ୍ୟନ୍ତ ହେବାର ଥିଲା। ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁସାରେ ମେ ୧୨ରୁ ଜୁନ ୨୩ ପର୍ଯ୍ୟନ୍ତ ଆୟୋଜିତ ହେବ।
୭- ଜାତୀୟ ସବ୍‌ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌(ଡିଭିଜନ-ବି)
ମଣିପୁରର ଇମ୍ଫାଲଠାରେ ଏପ୍ରିଲ ୨୬ରୁ ମେ ୩ ପର୍ଯ୍ୟନ୍ତ ହେବାର ଥିଲା। ଏବେ ଏହା ମେ ୨୮ରୁ ଜୁନ ୪ ପର୍ଯ୍ୟନ୍ତ ଆୟୋଜିତ ହେବ।
୮- ଜାତୀୟ ସବ୍‌ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌(ଡିଭିଜନ-ଏ)
ମଣିପୁରର ଇମ୍ଫାଲଠାରେ ମେ ୭ରୁ ୧୭ ପର୍ଯ୍ୟନ୍ତ ହେବାର ଥିଲା। ଏବେ ଏହା ଜୁନ ୩ରୁ ୧୩ ପର୍ଯ୍ୟନ୍ତ ଆୟୋଜିତ ହେବ।

Share