ଜାନୁଆରୀ ୭ରେ ହେବ ପ୍ରସିଦ୍ଧ ଶୁଲିଆ ଯାତ୍ରା

ବଲାଙ୍ଗୀର,୩୦।୧୨(ସୁନିଲ କୁମାର ମହାନ୍ତି): ଜାନୁୟାରୀ ୭ ତାରିଖ ଦିନ ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକସ୍ଥିତ ଖଇରଗୁଡା ଗାଁ ପ୍ରସିଦ୍ଧ ବଡଖଳା ଠାରେ ପାରମ୍ପରିକ ରୀତିନୀତିରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ। ସୋମବାର ଏସଂକ୍ରାନ୍ତରେ ଜିଲା ପ୍ରଶାସନ ଏବଂ ମିଳିତ ଶୁଲିଆ ଯାତ୍ରା ତଥା ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହା ସହିତ ଜାନୁୟାରୀ ୫ରୁ ୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଶୁଲିଆ ମହୋତ୍ସବ ଆୟୋଜିତ ହେବ ବୋଲି ମିଳିତ ଶୁଲିଆ ଯାତ୍ରା ତଥା ମହୋତ୍ସବ କମିଟି ସଭାପତିମୟ ପ୍ରଧାନୀ ସୂଚନା ଦେଇଛନ୍ତି। ଉପଜିଲାପାଳ ଆଲୋକ ପଟେଲ ଆଗାମୀ ଶୁଲିଆ ଯାତ୍ରା କିଭଳି ସୁରୁଖୁରୁରେ ହେବ ଏବଂ ଶ୍ରଦ୍ଧାଳୁ ମାନେ କିଭଳି ଶାନ୍ତିଶୃଙ୍ଖଳାର ସହ ଯାତ୍ରାରେ ସାମିଲ ହେବେ ସେ ଦିଗରେ ପ୍ରଶାସନ ଓ ମିଳିତ ଯାତ୍ରା କମିଟି ଆଜି ଆଲୋଚନା କରିଥିବା ସୂଚନା ଦେଇଥିଲେ। ଶୁଲିଆ ଯାତ୍ରାରେ ପାରମ୍ପାରିକ ବଳି ପଡିବ ବୋଲି ମୁଖ୍ୟ ପୂଜକ ସୋମନାଥ ଦେହେରିଆ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ: ରତ୍ନଗିରି ପାହାଡ ପ୍ରକମ୍ପିତ

ପୁରୁଷୋତ୍ତମପୁର, ୧୮।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି...

ପଞ୍ଚଭୂତରେ ବିଲୀନ ହେଲେ ଦେବେନ୍ଦ୍ର: ପୁଅ ଦେଲେ ମୁଖାଗ୍ନି

ପୁରୀ,୧୮।୩: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ...

ଦେବେନ୍ଦ୍ରଙ୍କ ଶେଷକୃତ୍ୟରେ ସାମିଲ ହେଲେ ବାବା ରାମଦେବ

ପୁରୀ,୧୮।୩: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ଭୁବନେଶ୍ବରରୁ ଆସି ପୁରୀରେ ପହଞ୍ଚିଛି। ଆଉ କିଛି...

ଦୁର୍ଘଟଣାରେ ବାପ ପୁଅଙ୍କ ଜୀବନଗଲା

ବାଙ୍ଗିରିପୋଷି, ୧୮ା୩(ସଞ୍ଜୟ କୁମାର ଅଗ୍ରୱାଲା): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦେଇଯାଇଥିବା ୪୯ନଂ. ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟିରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା...

୨ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା: ଏହି ୪ଦିନ ବ୍ୟାଙ୍କ ସେବାରୁ ବଞ୍ଚିତ ହେବେ ଲୋକେ

ଭୁବନେଶ୍ୱର,୧୮ା୩: ୯ଦଫା ଦାବି ନେଇ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ୨ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା ଦିଆଯାଇଛି। ଆସନ୍ତା ୨୩ ତାରିଖ...

ଭିଜିଲାନ୍ସ ମାମଲା ବିଚାରାଧୀନ ଥିଲେ ବି ମିଳିବ ବକେୟା ଛୁଟିର ଦରମା: ହାଇକୋର୍ଟ

କଟକ,୧୮ା୩(କାର୍ତ୍ତିକ ସାହୁ): ସରକାରୀଙ୍କ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ବିଚାରାଧୀନ ଥିଲେ ବା କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ତାଙ୍କୁ ଅବସର ପରେ...

ଶୋଇଥିବା ବେଳେ ଘରୁ ଟାଣି ମହିଳାଙ୍କୁ ମାରିଦେଲା ଦନ୍ତା ହାତୀ

ଦେବଗଡ,୧୮ା୩( ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ବୁଢ଼ାପାଳ ଅଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ତିଲେଇପଶି ଗ୍ରାମରେ ଅଭାବନୀୟ ଘଟଣା। ବିଳମ୍ବିତ ରାତି ଘର ଭିତରେ...

ଶେଷ ଯାତ୍ରାରେ ଦେବେନ୍ଦ୍ର

ଭୁବନେଶ୍ୱର,୧୮।୩: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ୮୪ ବର୍ଷ ବୟସରେ ସୋମବାର ପରଲୋକ ହୋଇଯାଇଛି। ମଙ୍ଗଳବାର ପଞ୍ଚଭୂତରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image