Advertisement

ଜାନୁଆରୀ ୭ରେ ହେବ ପ୍ରସିଦ୍ଧ ଶୁଲିଆ ଯାତ୍ରା

ବଲାଙ୍ଗୀର,୩୦।୧୨(ସୁନିଲ କୁମାର ମହାନ୍ତି): ଜାନୁୟାରୀ ୭ ତାରିଖ ଦିନ ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକସ୍ଥିତ ଖଇରଗୁଡା ଗାଁ ପ୍ରସିଦ୍ଧ ବଡଖଳା ଠାରେ ପାରମ୍ପରିକ ରୀତିନୀତିରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ। ସୋମବାର ଏସଂକ୍ରାନ୍ତରେ ଜିଲା ପ୍ରଶାସନ ଏବଂ ମିଳିତ ଶୁଲିଆ ଯାତ୍ରା ତଥା ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହା ସହିତ ଜାନୁୟାରୀ ୫ରୁ ୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଶୁଲିଆ ମହୋତ୍ସବ ଆୟୋଜିତ ହେବ ବୋଲି ମିଳିତ ଶୁଲିଆ ଯାତ୍ରା ତଥା ମହୋତ୍ସବ କମିଟି ସଭାପତିମୟ ପ୍ରଧାନୀ ସୂଚନା ଦେଇଛନ୍ତି। ଉପଜିଲାପାଳ ଆଲୋକ ପଟେଲ ଆଗାମୀ ଶୁଲିଆ ଯାତ୍ରା କିଭଳି ସୁରୁଖୁରୁରେ ହେବ ଏବଂ ଶ୍ରଦ୍ଧାଳୁ ମାନେ କିଭଳି ଶାନ୍ତିଶୃଙ୍ଖଳାର ସହ ଯାତ୍ରାରେ ସାମିଲ ହେବେ ସେ ଦିଗରେ ପ୍ରଶାସନ ଓ ମିଳିତ ଯାତ୍ରା କମିଟି ଆଜି ଆଲୋଚନା କରିଥିବା ସୂଚନା ଦେଇଥିଲେ। ଶୁଲିଆ ଯାତ୍ରାରେ ପାରମ୍ପାରିକ ବଳି ପଡିବ ବୋଲି ମୁଖ୍ୟ ପୂଜକ ସୋମନାଥ ଦେହେରିଆ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share