Categories: ବାଣିଜ୍ୟ

ଜାନୁୟାରୀରୁ ନାନୋ ଉତ୍ପାଦନ ବନ୍ଦ

ନୂଆଦିଲ୍ଲୀ,୩-୭: ଟାଟା ମୋଟର୍ସର କ୍ଷୁଦ୍ର କାର ନାନୋର ଉତ୍ପାଦନ ଚଳିତବର୍ଷ ଜାନୁୟାରୀରୁ ବନ୍ଦ ରହିଛି। ଅନ୍ୟପକ୍ଷରେ କମ୍ପାନୀ ଫେବୃୟାରୀରେ ଗୋଟିଏ ହେଲେ ଏହି କାର୍‌ ବିକ୍ରି କରିନାହିଁ। ଟାଟା ମୋଟର୍ସ ପକ୍ଷରୁ ଷ୍ଟକ୍‌ ମାର୍କେଟକୁ ମଙ୍ଗଳବାର ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ତେବେ ଏଣ୍ଟ୍ରି ଲେବେଲର ଏହି କାର୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଲାଗି କମ୍ପାନୀ ଔପଚାରିକ ଭାବେ କୌଣସି ନିଷ୍ପତ୍ତି ନେଇନାହିଁ। ଚାହିଦା ଅନୁଯାୟୀ କାର୍‌ ବିକ୍ରି ଜାରି ରଖିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଟାଟା ମୋଟର୍ସ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ଏହା ଗତବର୍ଷ ଡିସେମ୍ବରରେ ଶେଷଥର ପାଇଁ ନାନୋ ଉତ୍ପାଦନ କରିଥିଲା। ସେହି ସମୟରେ ଗୁଜରାଟର ସାନନ୍ଦ କାରଖାନାରୁ ୮୨ ନାନୋ କାର୍‌ ଉତ୍ପାଦିତ ହୋଇଥିଲା। ଜାନୁୟାରୀରୁ ଜୁନ୍‌ ମଧ୍ୟରେ କମ୍ପାନୀ କେବଳ ଫେବୃୟାରୀରେ ଗୋଟିଏ ନାନୋ ବିକ୍ରି କରିପାରିଥିଲା। ୨୦୨୦ ଏପ୍ରିଲରୁ ନାନୋ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ଟାଟା ମୋଟର୍ସ ପୂର୍ବରୁ ଘୋଷଣା କରିଥିଲା।

Share