Categories: ବାଣିଜ୍ୟ

ଜାନୁୟାରୀରୁ ମହଙ୍ଗା ହେବ ଏସି, ଫ୍ରିଜ୍‌

ନୂଆଦିଲ୍ଲୀ,୨୪-୧୧: ଆଗାମୀ ଦିନରେ ୫ ଷ୍ଟାର ବିଶିଷ୍ଟ ରେଫ୍ରିଜରେଟର ମୂଲ୍ୟ ବୃଦ୍ଧି ହେବାର ବିଶେଷ ସମ୍ଭାବନା ରହିଛି। ନୂଆ ଏନର୍ଜି ଲେବଲିଂ ନିୟମ ଜାନୁୟାରୀ ପହିଲାରୁ ଲାଗୁ ହେବାକୁ ଥିବା ବେଳେ ୫ ଷ୍ଟାର ରେଫ୍ରିଜରେଟର ପ୍ରସ୍ତୁତି ପ୍ରାୟ ୬ ହଜାର ଟଙ୍କା ଅଧିକ ଖର୍ଚ୍ଚ ହେବ ବୋଲି କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ଆଣ୍ଡ ଆପ୍ଲାଏନସେସ୍‌ ମାନୁଫାକ୍‌ଚର୍ସ ଆସୋସିଏଶନ(ସିିଇଏଏମ୍‌ଏ) ପକ୍ଷରୁ କୁହାଯାଇଛି। ନୂଆ ନିୟମ ମୁତାବକ ପାରମ୍ପରିକ କ୍ରୋମ ବଦଳରେ ଭେକ୍ୟୁମ ପ୍ୟାନେଲ ବ୍ୟବହାର କରିବାକୁ ପଡିବ। ଏହା ଉଦ୍ୟୋଗ ଲାଗି ଚ୍ୟାଲେଞ୍ଜିଂ ହେବ ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି।

Share