ଜାନୁୟାରୀରୁ ୩୧ରୁ ଭୁବନେଶ୍ୱର-ବାରାଣସୀ ସିଧାସଳଖ ବିମାନ ସେବା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିିମାନ ସେବା ଆରମ୍ଭ ହେବ। ଆସନ୍ତା ଜାନୁୟାରୀ ୩୧ରୁ ଏହି ସେବା ଆରମ୍ଭ ହେବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ ସୂଚନା ଦେଇଛନ୍ତି। ୭୦ ସିଟ୍‌ ବିଶିଷ୍ଟ ଆଲିଆନ୍ସ ଏୟାର ବିମାନ ପ୍ରତିଦିନ ଉଡାଣ ଭରିବ। ଦିନ ୧୨.୧୫ରୁ ଭୁବନେଶ୍ୱର ଛାଡି ଦିନ ୨.୦୫ରେ ବାରାଣସୀରେ ପହଞ୍ଚିବ। ସେହିପରି ବିମାନଟି ୨.୩୦ ବାରାଣସୀ ଛାଡି ୪.୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ-ବାରାଣସୀ ବିମାନ ଭଡା ୩,୪୭୦ଟଙ୍କା ରହିଛି।

Share