ଜାନୁୟାରୀରେ ପିସିସି ସଭାପତି ଘୋଷଣା ହେବ: ନିରଞ୍ଜନ

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀରେ ପିସିସି ସଭାପତି ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଡିସେମ୍ବର ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ ଉପଲକ୍ଷେ ଦେଶର ଅର୍ଥନୈତିକ ଏବଂ ରାଜନୈତିକ ସ୍ଥିତି ନେଇ ଏକ ଆନ୍ଦୋଳନ ଆରମ୍ଭ କରାଯିବ। ଭାରତ ବଞ୍ଚାଓ ଢାଞ୍ଚାରେ କଂଗ୍ରେସ ସାରା ରାଜ୍ୟରେ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରିବ ସେ କହିଛନ୍ତି। ସୂଚନାଯୋଗ୍ୟ, ଏବେ ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକ ଏଭଳି ମନ୍ତବ୍ୟ ପରେ ସେ ନିଜ ପଦରେ ରହିବେ ନାଁ ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Share